Categories: ଖେଳ

କାହିଁକି ଆଇପିଏଲ୍‌ ଚାମ୍ପିଅନ୍‌ ହୋଇପାରୁନାହିଁ ଆରସିବି: ଚହଲ ଦେଲେ ମଜାଦାର ଜବାବ

ନୂଆଦିଲ୍ଲୀ,୧୭।୭: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ହେଉଛି ଆଇପିଏଲର ଅନ୍ୟତମ ଲୋକପ୍ରିୟ ଟିମ୍‌। ଆଇପିଏଲର ୧୬ତମ ସିଜିନ୍‌ ସରିଥିଲେ ମଧ୍ୟ ଆରସିବି ଗୋଟିଏ ଟାଇଟଲ ଜିତି ନାହିଁ। ୮ ବର୍ଷ ଧରି ଆରସିବିରେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଏହାର ଜବାବ ଖୋଜିବାକୁ ଚେଷ୍ଟା କରିଛନ୍ତି। ଆରସିବି ୨୦୧୬ରେ ଆଇପିଏଲର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଦଳକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
‘ଦ ରଣବୀର ଶୋ’ରେ ଯୋଗ ଦେଇ ଚହଲ କହିଛନ୍ତି, ଆରସିବି କାହିଁକି ଆଇପିଏଲ୍‌ ଚାମ୍ପିଅନ୍‌ ହୋଇନାହିଁ, ମୁଁ ଆଠ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି। ୨୦୧୬ରେ ଆମର ସର୍ବଶ୍ରେଷ୍ଠ ସୁଯୋଗ ଥିଲା କାରଣ ଦଳରେ କ୍ରିସ ଗେଲ ଏବଂ କେ.ଏଲ ରାହୁଲ ଥିଲେ। ଆମେ ଫାଇନାଲ ହାରିଥିଲୁ। ଏହା କଷ୍ଟଦାୟକ। କ୍ରିକେଟ୍‌ରେ ହାରିବା ଜିତିବା ଗୋଟିଏ ଅଂଶବିଶେଷ। ଭଲ କ୍ରିକେଟ ଖେଳିବା ପରେ ହାରିଲେ, ଖରାପ ଅନୁଭବ ହୁଏ ନାହିଁ। ହାତରେ ନ ଥିବା ଜିନିଷ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍‌ ନୁହେଁ।

Share