କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍‌ ଶର୍ମା

ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌କୁ ୟୁଏଇରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି। ଏହି ଅବସରେରେ ସମସ୍ତ ୮ଟି ଫ୍ରାଞ୍ଚାଇଜ ୟୁଏଇରେ ପହଞ୍ଚି ସାରିଛନ୍ତି। ଏପରିକି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ସେମାନଙ୍କ କ୍ୱାରାଣ୍ଟାଇନ ଅବଧି ୭ ଦିନ ପୂରଣ କରି ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ସେହିଭଳି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସର କ୍ୱାରାଣ୍ଟାଇନ ଅବଧି ମଧ୍ୟ ପୂରଣ ହୋଇଛି। ଉଭୟ ଦଳ ଖୁବ୍‌ ଶୀଘ୍ର ସେମାନଙ୍କ ଅଭ୍ୟାସ ଆରମ୍ଭ କରିପାରନ୍ତି। କିନ୍ତୁ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଦଳ ଆହୁରି ୭ ଦିନ ଅଧିକା କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ ଉଭୟ ମୁମ୍ବାଇ ଓ କୋଲକାତା ଆବୁଧାବିରେ ରହୁଛନ୍ତି। ଆବୁଧାବିର ସ୍ଥାନୀୟ ନିୟମ ଅନୁଯାୟୀ ଜଣେ ବିଦେଶୀ ବାହାରକୁ ଯିବା ପୂର୍ବରୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଅପରପକ୍ଷରେ ଆଇପିଏଲ୍‌ ଅବଶିଷ୍ଟ ୬ଟି ଦଳ ଦୁବାଇରେ ରହୁଛନ୍ତି। ଯେଉଁଠାରେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ସମୟ ୭ ଦିନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, କୋଲକାତା ଅଗଷ୍ଟ ୨୦ରେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଗଷ୍ଟ ୨୧ରେ ୟୁଏଇରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ : ଫାଇନାଲ ମ୍ୟାଚରେ କେମିତି ରହିବ ପାଗ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପାଇଁ ପ୍ରସ୍ତୁତ। ଏହି ମ୍ୟାଚ ରବିବାର ଦୁବାଇରେ ଅନୁଷ୍ଠିତ ହେବ। ଏହି ମ୍ୟାଚ...

Champions Trophy 2025: ଏହି ପାକିସ୍ତାନୀ ବୋଲର ଖୋଲାଖୋଲି ମାଗିଲେ କ୍ଷମା, ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚରେ କରିଥିଲେ ଏମିତି…

ଦୁବାଇ,୮।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୩ ଫେବୃଆରୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଭାବରେ ବିଜୟୀ...

IPL 2025ରେ ବୁମ୍‌ରାଙ୍କ ଖେଳିବା ଉପରେ ଆସିଲା ବଡ଼ ଅପଡେଟ୍‌, ବଢିଲା ଚିନ୍ତା

ନୂଆଦିଲ୍ଲୀ,୮।୩: ଜସପ୍ରିତ ବୁମ୍‌ରାଙ୍କୁ କ୍ରିକେଟ ମଇଦାନକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଆଘାତ ଯୋଗୁ ବୁମ୍‌ରା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିପାରିନଥିଲେ, ଏବେ...

IND vs NZ Final: ଚାମ୍ପିଅନ୍ସ ଟ୍ରଫିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ବିରାଟ କୋହଲି: କରିପାରନ୍ତି ଏହି ବଡ଼ ରେକର୍ଡ

ଦୁବାଇ,୮।୩: ବିରାଟ କୋହଲିଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍‌ରେ କୋହଲି କ୍ରିସ ଗେଲଙ୍କ ଗୋଟିଏ ରେକର୍ଡ...

ଚାମ୍ପିୟନ୍ସ ଟ୍ରଫି ପରେ ଅଧିନାୟକ ପଦ ହରାଇବେ ରୋହିତ! ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୩: ଅଧିନାୟକ ଭାବରେ ରୋହିତ ଶର୍ମାଙ୍କର ଏକ ଉତ୍କୃଷ୍ଟ ରେକର୍ଡ ଅଛି। ସେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତୀୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ...

IND vs NZ Final: ପିଚ୍‌କୁ ନେଇ ଆସିଲା ବଡ଼ ଖବର, ହୋଇଗଲା ବଡ଼ ଓଲଟପାଲଟ…

ଦୁବାଇ,୭।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଖେଳାଳି ଏବଂ ଦଳଗୁଡ଼ିକର ପ୍ରଦର୍ଶନ ଅପେକ୍ଷା, ଭାରତକୁ କେବଳ ଦୁବାଇରେ ସମସ୍ତ ମ୍ୟାଚ ଖେଳିବାର ସୁବିଧା ମିଳିଥିବା ବିଷୟରେ ଅଧିକ...

ବରୁଣ ଆମ ପାଇଁ ବଡ଼ ବିପଦ ସାଜିପାରନ୍ତି: ନ୍ୟୁଜିଲାଣ୍ଡ କୋଚ

ଦୁବାଇ, ୭ା୩: ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ କୋଚ ଗ୍ୟାରୀ ଷ୍ଟିଡଙ୍କ ମତରେ ଆସନ୍ତା ରବିବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବରୁଣ...

Champions Trophy 2025 : ଟସ୍‌ ଜିତିଲେ ମ୍ୟାଚ୍‌ ହାରିବ ଟିମ୍‌ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ

ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image