ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି ସଞ୍ଜୟ, କାରଣ ଜାଣିଲେ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜଣେ। ନିକଟରେ ରିଲିଜ୍‌ ହୋଇଥିବା ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ରେ ତାଙ୍କର ଦମ୍‌ଦାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ତାଙ୍କୁ ନେଇ ଏକ ବାୟୋପିକ ମଧ୍ୟ ତିଆରି କରାଯାଇଥିଲା । ଯାହା ସୁପରହିଟ ହୋଇଥିଲା। ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତକୁ ଦେଖିଲେ ସେ ତିନୋଟି ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ମୃତ୍ୟୁ ପରେ ସେ ରିୟା ପିଲ୍ଲାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ତାହା ବି ବେଶୀ ଦିନ ତିଷ୍ଠି ନ ଥିଲା ଛାଡପତ୍ର ପରେ ସେ ମାନ୍ୟତାଙ୍କ ସହ ତୃତୀୟ ବିବାହ କରିଥିଲେ। ହେଲେ ଗତ ୨ବର୍ଷ ଧରି ମାନ୍ୟତା ସଞ୍ଜୟଙ୍କ ଠାରୁ ଅଲଗା ରହୁଛନ୍ତି ବୋଲି ଏକ ସାକ୍ଷାତକାରରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ, ପିଲାମାନେ ଦୁବାଇ ବିଦ୍ୟାଳୟରେ ପାଠ ପଢୁଛନ୍ତି। ମାନ୍ୟତା ସେଠାରେ ତାଙ୍କର ବ୍ୟବସାୟର କାମ ଆରମ୍ଭ କରିଛନ୍ତି। ତେଣୁ ପିଲାମାନେ ଏବଂ ମାନ୍ୟତା ଦୁବାଇରେ ରୁହନ୍ତି।

Share