Categories: ଜାତୀୟ

ଅସନ୍ତୁଷ୍ଟ ଅଛନ୍ତି ସିନ୍ଧିଆ

ନୂଆଦିଲ୍ଲୀ,୫।୮: ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଦଳ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଭାବେ ଦାୟିତ୍ୱ ଦେଇଛି। ତେବେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୁଷ୍ଟ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଖୋଦ୍‌ ଗୃହମନ୍ତ୍ରୀ ଅମିତ ଶାହା ଆଗାମୀ ନିର୍ବାଚନ ପାଇଁ ଷ୍ଟ୍ରାଟେଜି ପ୍ଲାନ କରୁଛନ୍ତି। ୨୦୨୪ ନିର୍ବାଚନ ନେଇ ଭାଜପା ଜୋରଦାର ପ୍ରସ୍ତୁତି କରିବାରେ ଲାଗି ପଡିଛି। ତେବେ ଏମଧ୍ୟରେ ନରେନ୍ଦ୍ର ସିଂ ତୋମାରଙ୍କୁ ଦଳ ରାଜ୍ୟର ନିର୍ବାଚନ କମିଟିର ସଂଯୋଜକ କରିଥିବାବେଳେ ସିନ୍ଧିଆ ଅସହଜ ହୋଇପଡିଛନ୍ତି। ମୋଦି-ଶାହାଙ୍କ ବିଶ୍ୱସ୍ତ କୁହାଯାଉଥିବା ତୋମାରଙ୍କୁ ହାଇକମାଣ୍ଡ ଆସ୍ତା ପ୍ରକଟ କରିଛନ୍ତି। ମାତ୍ର ଏଥିରେ ଅସନ୍ତୁଷ୍ଟ ଅଛନ୍ତି ସିନ୍ଧିଆ। ସିନ୍ଧିଆଙ୍କ ସମେତ କେଲାଶ ବିଜୟଭର୍ଗିଆ, ପ୍ରହ୍ଲାଦ ପଟେଲ ଏବଂ ନରୋତ୍ତମ ମିଶ୍ରଙ୍କ ଭଳି ରାଜ୍ୟର ବଡ ବଡ ନେତାଙ୍କୁ ଝଟକା ଲାଗିଛି।

Share