Categories: ଖେଳ

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି ସିରିଜ ପାଇଁ ଦ୍ରୁତ ବୋଲର ମହମ୍ମଦ ଶାମି ଟିମ ଇଣ୍ଡିଆରେ ସ୍ଥାନ ହରାଇଲେ। ଏବେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଶାମି କାହିଁକି ସ୍ଥାନ ପାଇନାହାଁନ୍ତି?

ଆଜିକାଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଶାମିଙ୍କ ଆଘାତ ସମ୍ପର୍କରେ ଏକ ଅପଡେଟ୍‌ ପ୍ରଦାନ କରି କହିଥିଲେ, ଗୋଇଠିରେ ଆଘାତ ଲାଗିଥିବା ଶାମିଙ୍କ ଆଣ୍ଠୁରେ ଫୁଲିଯାଇଥିଲା। ଏଥିପାଇଁ ସେ ଟିମ ଇଣ୍ଡିଆର ଅଂଶ ହୋଇପାରି ନ ଥିଲେ।

ଅନୁମାନ କରାଯାଉଛି ଯେ, ଆଣ୍ଠୁ ଫୁଲା ହେତୁ ଶାମି ବର୍ଡର-ଗାଭାସ୍କର ଟ୍ରଫିରେ ସ୍ଥାନ ପାଇପାରି ନ ଥିଲେ। ତେବେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଏହି ସିରିଜ ପାଇଁ ଶାମିଙ୍କୁ ଟିମ ଇଣ୍ଡିଆରେ କାହିଁକି ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ଶେୟାର କରାଯାଇ ନାହିଁ।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଗତି ଆକ୍ରମଣରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ପ୍ରସିଦ୍ଧ କ୍ରିଷ୍ଣା ଫେରିିଛନ୍ତି। କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିବା ଆକାଶ ଦୀପଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ହର୍ଷିତ ରାଣା ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ପେସ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଏକ ଅଂଶ କରାଯାଇଛି।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା (ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଅଭିମନ୍ୟୁ ଇଶ୍ୱରନ୍‌, ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ ରାହୁଲ, ରିଷଭ ପନ୍ତ (ଉଇକେଟ କିପର), ସରଫରାଜ ଖାନ, ଧ୍ରୁଭ ଜୁରେଲ (ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସାଦ କ୍ରିଷ୍ଣ, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର।

Share