କାହିଁକି ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା ସେଟ୍ଟୀ: ନିଜେ କରିଥିଲେ ଖୁଲାସା

ଆଜିକାଲି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଚର୍ଚ୍ଚାରେ ଅଛନ୍ତି। ଏଥିସହିତ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହେବା ପରେ ଶିଳ୍ପାଙ୍କ ସହ ତାଙ୍କର ଥ୍ରୋବ୍ୟାକ ଭିଡିଓ ମଧ୍ୟ ବହୁତ ଭାଇରାଲ ହୋଇଛି। କମେଡି ଶୋ’ରେ କପିଲ ଶର୍ମାଙ୍କ ସହ ଶିଳ୍ପା ଶେଟ୍ଟୀ ପହଞ୍ଚି ରାଜଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। କପିଲ ଶିଳ୍ପାଙ୍କୁ ସିଧାସଳଖ ପଚାରିଥିଲେ, ସେ ରାଜ କୁନ୍ଦ୍ରାଙ୍କୁ କାହିଁକି ବିବାହ କଲେ? ଶିଳ୍ପା ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ବେଶୀ ସମୟ ନେଇ ନଥିଲେ। ଶିଳ୍ପା ତୁରନ୍ତ ଉତ୍ତର ଦେଇ କହିଥିଲେ ଯେ, ରାଜ୍‌ଙ୍କ ନିଆରା ଚରିତ୍ର ଦେଖି ମୁଁ ବେଶ୍‌ ପ୍ରଭାବିତ ହୋଇଯାଇଥିଲି, ତେଣୁ ସେ ରାଜଙ୍କୁ ବିବାହ କରିଥିଲେ। କପିଲଙ୍କ ଏହି ଶୋ’ରେ ରାଜ କୁନ୍ଦ୍ରା ମଧ୍ୟ ଶିଳ୍ପା ଶେଟ୍ଟୀଙ୍କ ସହ ପହଞ୍ଚିଥିଲେ ଏବଂ ପରେ ଦୁହେଁ ପ୍ରଶଂସକଙ୍କ ସହ ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନର ଅନେକ ରହସ୍ୟ ବାଣ୍ଟିଥିଲେ। ରାଜ ଏବଂ ଶିଳ୍ପା ନଭେମ୍ବର ୨୨,୨୦୦୯ ରେ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ସାକ୍ଷାତ ଲଣ୍ଡନରେ ହୋଇଥିଲା। କିଛି ଦିନର ସାକ୍ଷାତ ପରେ ରାଜ ଶିଳ୍ପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ସେ ଶିଳ୍ପାଙ୍କ ପରିବାରକୁ ପ୍ରବର୍ତ୍ତାଇଲେ ଏବଂ ପରେ ପ୍ୟାରିସରେ ଶିଳ୍ପାଙ୍କୁ ପ୍ରପୋଜ କରିଥିଲେ।

Share