Categories: ଜାତୀୟ

ଭାଜପା କର୍ମୀଙ୍କୁ କାହିଁକି ଚାକିରି ଦେବି ? ଅଗ୍ନିପଥ ଯୋଜନା ନେଇ ମମତାଙ୍କ ଉତ୍ତର…

କୋଲକାତା, ୨୯।୬ : ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏହି ଯୋଜନା ବିରୋଧରେ ବିରୋଧୀ ଦଳ ନିରନ୍ତର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଏନେଇ ଘେରିବା ଆରମ୍ଭ କରିଛନ୍ତି। ସେ ଅଗ୍ନିବୀରଙ୍କୁ ଭାଜପା କର୍ମୀ ବୋଲି ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ମୁଁ କାହିଁକି ଭାଜପାକର୍ମୀଙ୍କୁ ଚାକିରି ଦେବି? ଏହାପୂର୍ବରୁ ମମତା ବାନାର୍ଜୀ ଅଗ୍ନିପଥ ଯୋଜନା ମାଧ୍ୟମରେ ଭାଜପା ଏକ ସଶସ୍ତ୍ର କ୍ୟାଡର ଗଠନ କରୁଥିବା ଅଭିଯୋଗ କରିଛନ୍ତି।

ସେନାବାହିନୀରେ ଚାରି ବର୍ଷ ପରେ ଅବସର ନେଉଥିବା ଅଗ୍ନିବୀରଙ୍କୁ ଅନେକ ରାଜ୍ୟରେ ଚାକିରି ଦେବା ପାଇଁ ଘୋଷଣା କରାଯାଇଛି।ଏଭଳି ପରିସ୍ଥିତିରେ, ଅଗ୍ନିବୀରକୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର କ୍ରମାଗତ ଭାବରେ ରାଜ୍ୟଗୁଡିକୁ ନିବେଦନ କରୁଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। କେନ୍ଦ୍ରର ଏହି ଚିଠିକୁ ଉପରେ ମମତା ବାନାର୍ଜୀ ବିରୋଧ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ କେନ୍ଦ୍ରରୁ ଏକ ଚିଠି ପାଇଛି।

ଏଥିରେ ଚାରି ବର୍ଷ ପରେ ଅଗ୍ନିବୀରଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ଚାହୁଁଛନ୍ତି ଯେ ମୁଁ ଭାଜପାକର୍ମୀଙ୍କୁ ଚାକିରୀ ଦେବି। ଆମେ କାହିଁକି ଏପରି କରିବୁ। ମୋର ପ୍ରଥମ ପ୍ରାଥମିକତା ହେଉଛି ରାଜ୍ୟର ଯୁବକମାନଙ୍କୁ ଚାକିରି କିପରି ଯୋଗାଇ ଦିଆଯିବ।

Share