Categories: ଜାତୀୟ

ଓବିସି ଭଳି ଛୋଟ ଜାତିଙ୍କୁ କାହିଁକି କ୍ଷମା ମାଗିବେ ରାହୁଲ, ସେ ତ ବଡ଼ ବ୍ୟକ୍ତି: ଭାଜପା…

ନୂଆଦିଲ୍ଲୀ,୮।୮ : ଭାଜପା ଏମପି ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଦଳର ବିତର୍କ ଆରମ୍ଭ କରିଥିଲେ ଏବଂ ବୀର ସାବରକରଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ଅବସରରେ ଦୁବେ କଂଗ୍ରେସର ବିଶିଷ୍ଟ ନେତା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ମୋଦି ଉପନାମ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ନେଇ ସୁପ୍ରିମକୋର୍ଟଙ୍କର ପ୍ରସଙ୍ଗ ଉଠାଇ ଦୁବେ କହିଛନ୍ତି,ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। କେବଳ ସ୍ଥଗିତାଦେଶ ଦେଇଛନ୍ତି। ରାହୁଲ କହୁଛନ୍ତି ସେ କ୍ଷମା ମାଗିବେ ନାହିଁ। ଦ୍ୱିତୀୟତଃ ସେ କହୁଛନ୍ତି, ମୁଁ ସାବରକର ନୁହେଁ। ରାହୁଲ ଗାନ୍ଧୀ, ତୁମେ କେବେ ବି ବୀର ସାବରକର ହୋଇପାରିବ ନାହିଁ।

ରାହୁଲ କାହିଁକି କ୍ଷମା ମାଗିବେ, ମୋଦି ବହୁତ ଛୋଟ ଜାତି, ଅତି ନିମ୍ନ ଜାତି, ଓବିସି, ସେ କାହିଁକି ଓବିସିଙ୍କୁ କ୍ଷମା ମାଗିବେ, ରାହୁଲ ଗାନ୍ଧୀ ଜଣେ ବଡ ବ୍ୟକ୍ତି।

ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏହାକୁ କାହିଁକି ଅଣାଯାଇଛି? ସୋନିଆ ଗାନ୍ଧୀ ଜୀ ଏଠାରେ ବସିଛନ୍ତି, ମୁଁ ଭାବୁଛି ତାଙ୍କୁ ଦୁଇଟି ଜିନିଷ କରିବାକୁ ପଡିବ। ପ୍ରଥମରେ ପୁଅ ରାହୁଲଙ୍କ ସ୍ଥିତିକୁ ସୁଦୃଢ଼ କରିବା ଏବଂ ଦ୍ୱିତୀୟରେ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ଉପହାର ଦେବା। ଏହା ହେଉଛି ଏହି ଅନାସ୍ଥା ପ୍ରସ୍ତାବର ଆଧାର ।

Share