Categories: ଜାତୀୟ

ବେକାର ହୋଇ ବସିବୁ କାହିଁକି: ତଳି ରୋଇଲେ ଅନ୍ନଦାତା

ନୂଆଦିଲ୍ଲୀ,୨୭।୧୨: କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘଦିନ ଧରି ଆନ୍ଦୋଳନ ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ନଦାତାମାନେ ନିରଙ୍କାରି ସମାଗମ ପଡ଼ିଆ ଜମିରେ ପ୍ରତିବାଦ ସ୍ବରୂପ ତଳି ରୋଇବା ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ, ଆମେ ବେକାର ହୋଇ ନ ବସି ତଳି ରୋଇବାକୁ ନିଷ୍ପତ୍ତି ନେଇଛୁ। ରବିବାର ସକାଳେ ସେମାନେ ତଳିରେ ପାଣି ଦେଇଛନ୍ତି। ଏଠାରେ ପିଆଜ ଚାଷ କରିବାକୁ ଆମେ ଚାହୁଁଛୁ ବୋଲି ସେମାନେ କହିଛନ୍ତି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share