Categories: ଜାତୀୟ

ମମତାଙ୍କ ଚିଠିର ଉତ୍ତର ଦେଲେ ସୀତାରମନ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ସିଜେନ ଏବଂ କୋଭିଡ୍‌ ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ରବିବାର ଚିଠିର ଜବାବ ଟୁଇଟ କରି ଦେଇଛନ୍ତି। ସେ ଟୁଇଟରେ ଉଲ୍ଳେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ଯେଉଁସବୁ ଜିନିଷ ଉପରୁ ଜିଏସ୍‌ଟି ଛାଡ କରିବାକୁ କହୁଛନ୍ତି, ଏହା ଉପରୁ ମେ’ ୩ତାରିଖରୁ ଜିଏସ୍‌ଟି ଛାଡ କରାଯାଇଛି। ଏପରିକି ଜିଏସ୍‌ଟି ଛାଡ଼ ହୋଇଥିବା ବିଭିନ୍ନ ସାମଗ୍ରୀର ଏକ ତାଳିକା ମଧ୍ୟ ଅର୍ଥମନ୍ତ୍ରୀ ଟୁଇଟରେ ସେୟାର କରିଛନ୍ତି। ତାଳିକାରେ ଅକ୍ସିଜେନ ଏବଂ କୋଭିଡ୍‌ ଔଷଧ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ ମମତା ଚିଠିରେ ଲେଖିଥିଲେ, କରୋନା ମହାମାରୀରେ ଲଢ଼ିବାରେ ରାଜ୍ୟକୁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ଅକ୍ସିଜେନ ସିଲିଣ୍ଡର, କନ୍‌ସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ ଔଷଧ ଦେଉଛନ୍ତି। ହେଲେ ଏହିସବୁ ଜିନିଷ ଉପରେ ଅଧିକ ଜିଏସ୍‌ଟି ଥିବାରୁ ରାଜ୍ୟ ସରକାରଙ୍କୁ ଜିଏସ୍‌ଟି ଛାଡ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେଣୁ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରିବାକୁ ମମତା ଚିଠି ଲେଖିଥିଲେ।

Share