Categories: ଜାତୀୟ

ଇଲୋକ୍ଟ୍ରନିକ୍ସ୍‌ ମିଡ଼ିଆ ଉପରେ ସରକାରଙ୍କର କାହିଁକି ନାହିଁ ନିୟନ୍ତ୍ରଣ: ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ, ୧୦।୯: ଇଲୋକ୍ଟ୍ରିନିକ୍ସ୍‌ ମିଡ଼ିଆ ଏବଂ ଟେଲିଭିଜନ ଉପରେ କାହିଁକି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ପ୍ରସାରିତ ହେଉଥିବା ଖବର ଦ୍ୱାରା ଲୋକଙ୍କ ଉପରେ ପ୍ରଭାବ ପଡୁଛି। ଏଭଳି ଖବର ପ୍ରସାରଣ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବା ଉଚିତ ବୋଲି ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତ ଏବଂ ବିଚାରପତି ଜି.ଏସ୍‌. କୁଲକର୍ନୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି। ଏନେଇ ଖଣ୍ଡପୀଠ ପକ୍ଷରୁ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଏନ୍‌ସିବି ଏବଂ ଇଡ଼ିକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ପରିସୀମା ଉପରେ ମଧ୍ୟ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ମୁମ୍ବାଇ ପୋଲିସ ବିରୋଧରେ ଟିଭି ଚ୍ୟାନେଲଗୁଡ଼ିକରେ ଖବର ପ୍ରସାରିତ ହେଉଥିବା ବରିଷ୍ଠ ଆଇନଜୀବୀ ମିଲନ୍ଦ ସାଠେ କହିଛନ୍ତି। ଏଭଳି ଖବର ପ୍ରସାରଣ କରାଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।

Share