କାହିଁକି IIT ହଷ୍ଟେଲ ଛାତରୁ ହେଇଁଲେ ଛାତ୍ରୀ, ଘଟଣାକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୪।୯: ଭୁବନେଶ୍ୱର ଆଇଆଇଟି(IIT) କ୍ୟାମ୍ପସରେ ଅଭାବନୀୟ ଘଟଣା ଘଟିଛି। କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କ୍ରିତିକା ରାଜ  ନାମକ ଏହି ଛାତ୍ରୀଙ୍କ ଘର ଦିଲ୍ଲୀ ହୋଇଥିବା ବେଳେ ସେ ବି.ଟେକ ତୃତୀୟ ବର୍ଷ ପଢ଼ୁଥିଲେ। ତେବେ ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ଏଯାବତ୍‌ ଜଣାପଡ଼ି ନାହଁ। ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତେବେ ଏହି ଘଟଣାକୁ ନେଇ ସନ୍ଦେହ ବଢ଼ୁଛି । ଛାତ୍ରୀ ଜଣଙ୍କ କୌଣସି ଚାପରେ ରହିଥିଲେ କି ଏହା ପଛରେ କ’ଣ ବଢ଼ କାରଣ ରହିଛ କିି। ସବୁଠୁ ବଡକଥା ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ।

 

 

Share