କାହିଁକି ହଠାତ୍‌ ପାକିସ୍ତାନରେ ଅବତରଣ କଲା ୧୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ, ଜାଣନ୍ତୁ ପୁରା ଘଟଣା

ଲାହୋର,୨୪।୯: ମଙ୍ଗଳବାର ସକାଳେ ଏକ ଭୟଭିତ ହେଲାଭଳି ଖବର ସାମ୍ନାକୁ ଆସିଛି। ଘଟଣାହେଲା ବିମାନର ପାଇଲଟ ହଠାତ୍‌ ପାକିସ୍ତାନର ଲାହୋର ବିମାନବନ୍ଦରରେ ୧୭୧ ଯାତ୍ରୀଙ୍କ ସହ ଭର୍ତ୍ତି ଏକ ବିମାନକୁ ଅବତରଣ କରାଇଥିଲେ। କୁହାଯାଉଛି ଯେ ପାଇଲଟ ହଠାତ୍‌ ୨୭୦୦୦ଫୁଟ ଉଚ୍ଚତାରେ ଏହି ନିଷ୍ପତ୍ତି ନେଇଥିଲେ ଏବଂ ସେହି ସମୟରୁ ବିମାନରେ ଆତଙ୍କ ଖେଳିଯାଇଥିଲା। ସେ କେଉଁଆଡ଼େ ଯାଉଥିଲେ ଯାତ୍ରୀମାନେ ବୁଝି ପାରିଲେ ନାହିଁ । କେତେକ ଲୋକ ମଧ୍ୟ ବିମାନଟି ଅପହରଣ କରାଯାଉଥିବା ଭାବି ଭୟଭିତ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ଲୋକମାନେ ଜାଣିବାକୁ ପାଇଲେ ଯେ ପାକିସ୍ତାନ ଲାହୋରର ବିମାନବନ୍ଦରରେ ସେମାନଙ୍କ ବିମାନ ଅବତରଣ କରିବାକୁ ଚେଷ୍ଟା କରାଯାଉଛି।

ପାଇଲଟ ଯାତ୍ରୀମାନଙ୍କୁ ଲାହୋର ବିମାନବନ୍ଦରରେ ଅବତରଣ କରିବାକୁ ପ୍ରସ୍ତୁତି ଚାଲିଥିବା କହିବା ମାତ୍ରେ ୧୭୧ ଜଣ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିମାନ ଭିତରେ ଚିତ୍କାରର ଶବ୍ଦ ଶୁଣାଯାଇଥିଲା। ଯଦିଓ କ୍ରୁ ସଦସ୍ୟ ଏବଂ କର୍ମଚାରୀ ଯାତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ଯାତ୍ରୀମାନେ ବୁଝିବା ପୂର୍ବରୁ ବିମାନଟି ପାକିସ୍ତାନର ଲାହୋର ବିମାନବନ୍ଦରରେ ଅବତରଣ କରିଥିଲା।
ପାଇଲଟ ହଠାତ୍‌ ବିମାନଟିକୁ ଲାହୋର ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରକୃତରେ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ପାଇଲଟ ଏହି ନିଷ୍ପତ୍ତି ନେଇଥିଲେ। ଅବତରଣ କରିବା ପରେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ କର୍ମଚାରୀ ଉଦ୍ଧାର କରି ସୁରକ୍ଷିତ ଜୋନକୁ ନିଆଯାଇଥିଲା। ସୂଚନାଯୋଗ୍ୟ, ଅବତରଣ ସମୟରେ ରନୱେରେ ବିମାନରୁ ଧୂଆଁ ବାହାରିବା ଆରମ୍ଭ କଲା।
ଏଭଳି ପରିସ୍ଥିତିରେ ଅବତରଣ କରିବା ପରେ ବିମାନଟିକୁ ତୁରନ୍ତ ଅଲଗା ସ୍ଥାନକୁ ନିଆଯାଇଥିଲା। ଯେଉଁଠାରେ ବିମାନର ଟେକନିକାଲ ସମସ୍ୟାର ମରାମତି କାମ ମଧ୍ୟ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଏହି ବିମାନ ଉଡିବା ସମୟରେ ୨୭୦୦୦ ଫୁଟ ଉଚ୍ଚତାରେ ହଠାତ୍‌ ପାଇଲଟ ଅନୁଭବ କଲେ ଯେ ଏକ ବଡ଼ ଜରୁରୀକାଳୀନ ପରିସ୍ଥିତି ଆସିଛି । ସେ ମେଡ ଡେ କଲ କରି ତୁରନ୍ତ ବିମାନଟିକୁ ଲାହୋର ବିମାନବନ୍ଦର ଆଡକୁ ନେଇଗଲେ। ଏହା ପରେ ଏଟିସି ଅଧିକାରୀମାନେ ବିମାନର ଜରୁରୀ ଅବତରଣ କରିଥିଲେ।
ପାଇଲଟଙ୍କ ଏହି ବୁଦ୍ଧିମାନ ନିଷ୍ପତ୍ତିକୁ ସବୁଠାରେ ପ୍ରଶଂସା କରାଯାଉଛି। କାରଣ ପାଇଲଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୧୭୧ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ମଧ୍ୟ ରୋକାଯାଇଥିଲା। ସୂଚନାଯୋଗ୍ୟ, ଏହି ବିମାନଟି ଫ୍ଲାଏ ଜିନ୍ନା ଏୟାରଲାଇନ୍ସର ଥିଲା। ଯାହା କରାଚିରୁ ଉଡ଼ି ଯାଇଥିଲା, କିନ୍ତୁ ପାଇଲଟ କିଛି ସମୟ ପରେ ଏଥିରେ ଯାନ୍ତ୍ରୀକ ତ୍ରୁଟିଥିବା ଅନୁଭବ କରିଥିଲେ।

Share