ମା’ – ଦୁନିଆର ସବୁଠୁ ମଧୁର ଶବ୍ଦ । ଜଣେ ନାରୀତ୍ୱର ପରିପୂର୍ଣ୍ଣତା ମା’ ଡାକରୁ ହିଁ ଜଣାପଡେ। କିନ୍ତୁ ଜାଣି ତାଜୁବ ହେବେ ବଲିଉଡର ବହୁ ଲୋକପ୍ରିୟ ଅଭିନେତ୍ରୀ ବାହା ହେବା ପୂର୍ବରୁ ମାଆ ହୋଇ ସାରିଥିଲେ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସେଲିବ୍ରେଟି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ, ଯିଏ ବିବାହ ପୂର୍ବରୁ ମା ହେବା ପାଇଁ ସ୍ଥିର କରିଥିଲେ ।
ବିବାହ ପୂର୍ବରୁ ମା ହେବା କଥା ଉଠିଲେ ପ୍ରଥମେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ କଥା ମନକୁ ଆସେ । ବଲିଉଡର ଚାନ୍ଦନୀ ଅର୍ଥାତ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଯେତେବେଳେ ସେ ବୋନି କପୁରଙ୍କୁ ବିବାହ କରିଥିଲେ ସେତେବେଳେ ସେ ୭ ମାସର ଗର୍ଭବତୀ ଥିଲେ । ବିବାହର କିଛି ମାସ ପରେ ତାଙ୍କ ବଡ଼ ଝିଅ ଜାହ୍ନବୀ ଜନ୍ମ ହୋଇଥିଲେ ।
ସେହିପରି ବଲିଉଡର ଆଗ ଧାଡିର ନାୟିକା ଇଲିଆନା ଡିକ୍ରୁଜ ମଧ୍ୟ ବିବାହ ପୂର୍ବରୁ ମା ହୋଇଛନ୍ତି । କିଛି ବର୍ଷ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ପ୍ରେଗ୍ନେସି ଖବର ଶେୟାର କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ । ଯାହା ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ଆଜି ପର୍ଯ୍ୟନ୍ତ ବି ତାଙ୍କ ସନ୍ତାନର ବାପାଙ୍କ ନାଁ ଗୁପ୍ତ ଭାବରେ ରଖିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ସନ୍ତାନର ବାପା କିଏ ଜାଣିବା ପାଇଁ ବେଶ ଆଗ୍ରହୀ ଅଛନ୍ତି ।
ବଲିଉଡ ଏବଂ ସାଉଥ ଷ୍ଟାର କମଲ ହାସନଙ୍କ ଦ୍ୱିତୀୟ ପତ୍ନୀ ସାରିକା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । କମଲ ଏବଂ ସାରିକାଙ୍କ ବିବାହ ପୂର୍ବରୁ ତାଙ୍କର ବଡ଼ ଝିଅ ଶ୍ରୁତି ହାସନ ଜନ୍ମ ନେଇଥିଲେ ।
ମିସ ଇଣ୍ଡିଆ ୟୁନିଭର୍ସ ସେଲିନା ଜେଟଲି ତାଙ୍କ ସ୍ବାମୀଙ୍କୁ ବହୁତ ଦିନ ଧରି ଡେଟ କରିଥିଲେ, ଯିଏ ଦୁବାଇ ସ୍ଥିତ ଏକ ହୋଟେଲର ମାଲିକ । ଗଣମାଧ୍ୟମରେ ଖବର ଆସିଥିଲା ଯେ ସେଲେନା ହଠାତ ଜୁଲାଇ ୨୦୧୧ରେ ବିବାହ କରିଥିଲେ । ବିବାହର କିଛି ସମୟ ପରେ ସେଲିନା ତାଙ୍କ ଗର୍ଭଧାରଣ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏବଂ ଯାଆଁଳା ପୁଅକୁ ଜନ୍ମ ଦେଇଥିଲେ ।
ସେହିଭଳି ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ହଠାତ ଗର୍ଭବତୀ ଥିବା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେହି ସମୟରେ ସେ ପିଲାର ବାପାଙ୍କ ନାମ ମଧ୍ୟ ପ୍ରକାଶ କରିନଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ କ୍ରିକେଟର ଭିଭିଆନ ରିଚାର୍ଡସ ହେଉଛନ୍ତି ତାଙ୍କ ସନ୍ତାନର ବାପା ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ଅର୍ଥାତ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ ମଧ୍ୟ ନିଜ ଗର୍ଭବତୀ ଥିବା ଖବର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହି କାରଣରୁ ଲକଡାଉନ ସମୟରେ ଦୁହେଁ ଶୀଘ୍ର ବିବାହ କରିଥିଲେ । ଯାହାପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।