Categories: ଜାତୀୟ

ବିମାନ ବନ୍ଦରରେ ଗୋଟିଏ କପ ଚା’ ଅର୍ଡର କରି କାହିଁକି ଚମକି ପଡିଲେ ପୂର୍ବତନ ଅର୍ଥମନ୍ତ୍ରୀ

କୋଲକାତା,୧୪।୯: ବିମାନବନ୍ଦରରେ ଖାଦ୍ୟ ସାମଗ୍ରୀ କାହିଁକି ମହଙ୍ଗା ହେଉଛି ସେନେଇ ସୋସିଆଲ ମିଡିଆରେ ଅନେକ ସମୟରେ ଆଲୋଚନା ହୋଇଥାଏ। ବର୍ତ୍ତମାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କୋଲକାତା ବିମାନବନ୍ଦରରେ ଚା’ର ମୂଲ୍ୟ ସମ୍ପର୍କରେ ଟୁଇଟ କରିଛନ୍ତି। ଏହି ମୂଲ୍ୟକୁ ନେଇ ସେ କେତେ ପ୍ରତିକ୍ରିୟାଶଈଳ ହୋଇଛନ୍ତି ତାଙ୍କ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କର ଏହି ଟୁଇଟ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି।

ଚିଦାମ୍ବରମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଏବେ ଜାଣି ପାରୁଛି ଯେ ଗରମ ପାଣି ଓ ଟି ବ୍ୟାଗରେ ପ୍ରସ୍ତୁତ ଚା’ର ଦାମ କୋଲକାତା ବିମାନ ବନ୍ଦରରେ ୩୪୦ ଟଙ୍କା। ରେଷ୍ଟୁରାଣ୍ଟର ନାମ ହେଉଛି, The Coffee Bean and Tea Leaf .

ପୂର୍ବତନ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, କିଛି ବର୍ଷ ପୂର୍ବେ ମୁଁ ଜାଣିବାକୁ ପାଇଥିଲି ଯେ ଚେନ୍ନାଇ ବିମାନ ବନ୍ଦରରେ ଗରମ ପାଣି ଏବଂ ଟି ବ୍ୟାଗରୁ ପ୍ରସ୍ତୁତ ଚା’ର ମୂଲ୍ୟ ୮୦ ଟଙ୍କା ଥିଲା। ମୁଁ ସେତେବେଳେ ମଧ୍ୟ ଏହି ବିଷୟରେ ଟୁଇଟ କରିଥିଲି। ଏଏଆଇ ଏହା ଦେଖିଥିଲା ଏବଂ ଆବଶ୍ୟକ ପଦକ୍ଷେପ ନେଇଥିଲା । ଏବେ ତାମିଲନାଡୁ ଅପେକ୍ଷା ପଶ୍ଚିମବଙ୍ଗରେ ମୁଦ୍ରାସ୍ଫୀତି ଅଧିକ ଥିବା ପରି ଲାଗୁଛି।

Share