Categories: ଜାତୀୟ

‘ସରକାର ସବୁ ଜାଣି ଛାତ୍ରୀଛାତ୍ରଙ୍କୁ କାହିଁକି ଆଣିଲେ ନାହିଁ’

ନୂଆଦିଲ୍ଲୀ,୨୪ା୨: ୟୁକ୍ରେନ୍‌ରେ ଫସିଥିବା ୨୦ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ବେଳ ଥାଉ ଥାଉ କାହିଁକି ଉଦ୍ଧାର କରି ଅଣାଗଲା ନାହିଁ ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କୁ ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଆଶଙ୍କା ଆଗରୁ ରହିଥିଲା। ସରକାର ସବୁକିଛି ଜାଣି ସୁଦ୍ଧା ଉପଯୁକ୍ତ ସମୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିଲେ ନାହିଁ। ସେଠାରେ ଫସିଥିବା ୨୦,୦୦୦ ଭାରତୀୟଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ସରକାର ସେମାନଙ୍କୁ ତୁରନ୍ତ ଭାରତକୁ ଫେରାଇଆଣନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ମଧ୍ୟ ଅନୁରୂପ ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି।

Share