Posted inଫୁରସତ

ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ

ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା ପଛରେ କ’ଣ କାରଣ ରହିଛି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଏପରି ରଙ୍ଗ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଛ ମଜଭୁତ ହେବ। ଏଥିସହିତ ଗଛ ପୁରୁଣା ହେଲେ ଏଥିରୁ ଛାଲ ଛାଡ଼େ। ତେଣୁ ଗଛ ଦୁର୍ବଳ ହୋଇଯାଏ। ତେଣୁ ଏହାକୁ ମଜଭୁତ ରଖିବାକୁ ଏପରି ପେଣ୍ଟିଂ କରାଯାଇଥାଏ। ଏପରି କରିବା ଦ୍ୱାରା ଗଛର ଆୟୁଷ ମଧ୍ୟ ବଢ଼ିଥାଏ। ଆଉ ଏକ କାରଣ ହେଲା ଗଛକୁ କୀଟ ବା ପୋକ ଖାଇବାର ଭୟ ଥାଏ। ଗଛରେ ଧଳାରଙ୍ଗ ଦେଲେ ଏଥିରୁ ସୁରକ୍ଷା ମିଳିଥାଏ। ଏହା ମଧ୍ୟ ବନ ବିଭାଗ ନଜକୁ ଆସିଥାଏ। ଗଛକୁ ସହଜରେ କେହି କାଟି ନେଇ ପାରନ୍ତି ନାହିଁ। ଧଳା ବ୍ୟତୀତ ନୀଳ ଏବଂ ଲାଲ୍‌ ରଙ୍ଗରେ ମଧ୍ୟ ପେଣ୍ଟିଂ କରାଯାଇଥାଏ। ଜାତୀୟ ରାଜପଥରେ ଥିବା ଗଛଗୁଡ଼ିକରେ ସାଧାରଣତଃ ଧଳା ରଙ୍ଗ ଦିଆଯାଇଥାଏ। କାରଣ ଅନ୍ଧାରରେ ଏହା ଚମକ ଆଣିଥାଏ। ଦୂରରୁ ଆସୁଥିବା ଗାଡ଼ିଚାଳକ ସହଜରେ ଜାଣିପାରେ ଯେ ଆଗରେ ଗଛ ଅଛି। ତେଣୁ ଗାଡ଼ିର ବେଗ କମ୍‌ କରିଥାଏ। ଫଳରେ ଦୁର୍ଘଟଣାକୁ ରୋକାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

ଏହି ମୁସଲମାନ ଦେଶରେ ମିଳିଲା ଏଲିଏନଙ୍କ ଚିହ୍ନ! ଚମକାଇ ଦେଲା ୮୦୦୦ ବର୍ଷ ପୁରୁଣା ଖପୁରୀ

କୁଏତ ସିଟି,୯।୧: କୁଏତର ସୁବିଆ ଅଞ୍ଚଳରେ ଖନନ ସମୟରେ, ଏକ ଅନନ୍ୟ ଏବଂ ରହସ୍ୟମୟ ମାଟି ମୁଣ୍ଡ ମୂର୍ତ୍ତି ମିଳିଛି, ଯାହା ପ୍ରାୟ ୮୦୦୦ବର୍ଷ ପୁରୁଣା...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ବିନା କିଛି ଗ୍ୟାରେଣ୍ଟିରେ ଆଧାରକାର୍ଡ ମାଧ୍ୟମରେ କରିପାରିବେ ଋଣ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୮।୧: ଆଧାରକାର୍ଡ ମାଧ୍ୟମରେ ଋଣ ପାଇପାରିବେ। ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ କି ଏହା ସମ୍ପୂର୍ଣ୍ଣ ସତ ଅଟେ।...

୫୬ ଲକ୍ଷରେ ନିଲାମ ହେଲା ଭାରତର ଐତିହାସିକ ‘ହଜ୍‌ ନୋଟ୍‌’

ଲଣ୍ଡନ: ନିକଟରେ ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍‌ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି। ୧୯୫୦ ଦଶକରେ ଭାରତୀୟ ରିଜର୍ଭ...

ନେପାଳ ଭୂକମ୍ପ: ସତ ହେଲା ଭବିଷ୍ୟବାଣୀ, ୨୦୨୫ରେ ଆଗକୁ ମାଡିଆସୁଛି ଆହୁରି…

ନୂଆଦିଲ୍ଲୀ,୭।୧: ନେପାଳର ସୀମା ନିକଟ ତିବ୍ଦତର ଶିଗାଟେରେ ଆଜି ସକାଳୁ ସକାଳୁ ବଡ଼ ଧରଣୀ ଭୂକମ୍ପ ହୋଇଛି। ଯାହାକୁ ନେଇ ଆଖପାଖ ଅନେକ ଦେଶମାନେ ଭୟଭୀତ...

ସମୁଦ୍ରରେ ୧୫୦ କି.ମି. ପହଁରି ରେକର୍ଡ

ବିଶାଖାପାଟଣା: ବଙ୍ଗୋପସାଗରରେ ମାତ୍ର ୫ ଦିନ ମଧ୍ୟରେ ୧୫୦ କି.ମି ଦୂରତା ପହଁରି ଆନ୍ଧ୍ରପ୍ରଦେଶର ସନ୍ତରଣକାରୀ ଗୋଲି ଶ୍ୟାମଲା(୫୨) ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ମହିଳା ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri