Categories: ଜାତୀୟ

ରାହୁଲଙ୍କ ଫୋନକୁ ଟ୍ୟାପ କଲେ କ’ଣ ମିଳିବ

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନକୁ ଟ୍ୟାପ କରିବାର କୌଣସି ଆବଶ୍ୟକତା ନାହିଁ। ପେଗାସସ୍‌ ଉପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା ସମ୍ବିତ ପାତ୍ର।

ଯଦି ତାଙ୍କ ଫୋନରେ ଅସ୍ତ୍ର ଥିଲା, ସେ ଏ ପର୍ଯ୍ୟନ୍ତ କ’ଣ ପାଇଁ ଅଭିଯୋଗ କରି ନାହାନ୍ତି। କେବଳ ଖବରଦାତା ସମ୍ମିଳନୀ ଡକାଉଛନ୍ତି। ରାହୁଲ ଗାନ୍ଧୀଙ୍କ ପଛରେ କିଏ କ’ଣ ପାଇଁ ଗୁପ୍ତଚର ଲଗାଇବ। କଂଗ୍ରେସ ପାର୍ଟି ସମ୍ଭାଳିବାକୁ ସେ ଅକ୍ଷମ। ତାଙ୍କ ପଛରେ ଗୁପ୍ତଚର ଲଗାଇଲେ କ’ଣ ହାସଲ ହେବ। ରାହୁଲ ଜୀ, ତୁମେ ତୁମ ଫୋନ ଚେକ୍‌ କର ବୋଲି ସମ୍ବିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ ବୈଠକ ଡକାଇଥିଲେ। କିନ୍ତୁ କଂଗ୍ରେସ ସେଥିରୁ ଓହରି ଗଲା। ରାହୁଲଙ୍କ ମତରେ କୋଭିଡ୍‌-୧୯ ଠାରୁ ପେଗାସସ୍‌ ଗୁରୁତ୍ୱପୂର୍ଣ୍ଣ ବିଷୟ। ତୁମେ ଲୋକଙ୍କ ଜୀବନ ସହ ଖେଳୁଛ। ତୁମେ ଲୋକଙ୍କ ସ୍ବରକୁ ଚାପି ଦେଉଛ ବୋଲି ସେ କହିଛନ୍ତି।

Share