Categories: ଜାତୀୟ

ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ସେ ୫୦ ବର୍ଷର ବୃଦ୍ଧାଙ୍କୁ ଫ୍ଲାଇଂ କିସ୍‌ କାହିଁକି ଦେବେ? ଏପରି କହି…

ନୂଆଦିଲ୍ଲୀ,୧୧।୮: ଲୋକ ସଭାରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍‌କୁ ନେଇ ନୂଆ ବିବାଦ ଦେଖାଦେଇଛି। ରାହୁଲଙ୍କ ପାଖରେ ଝିଅମାନଙ୍କ ଅଭାବ ନାହିଁ । ଏଣୁ ସେ ୫୦ ବର୍ଷର ବୃଦ୍ଧା ମହିଳାଙ୍କୁ ଏଭଳି ଚୁମ୍ବନ କାହିଁକି ଦେବେ ବୋଲି ବିହାରର କଂଗ୍ରେସ ବିଧାୟକ ନୀତୁ ସିଂହ ପଚାରିଛନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ମଧ୍ୟ ସେ କହିଛନ୍ତି।

ନୀତୁ ଏଭଳି କହିବାର ଭିଡିଓ ଭାଇରାଲ ହେଉଥିବା ବେଳେ ତାଙ୍କ ବୟାନକୁ ନେଇ ଭାଜପା ପକ୍ଷରୁ ଆପତ୍ତି ଦର୍ଶାଯାଇଛି। ଦଳର ନେତା ଶେହଜାଦ ପୁନାଓ୍ବାଲା ଟୁଇଟ କରି କହିଛନ୍ତି ଯେ ମହିଳା ବିରୋଧିମାନେ କଂଗ୍ରେସ ସଦନ ଭିତରେ ରାହୁଲଙ୍କ ଖରାପ କାମକୁ ସମର୍ଥନ କରିପାରିବେ।

କହିରଖୁଛୁ, ବୁଧବାର ଲୋକ ସଭାରେ ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିଜ ବୟାନ ଅଧାରେ ରାହୁଲଙ୍କ ଇଙ୍ଗିତକୁ ନେଇ ଆପତ୍ତି ଜଣାଇଥିଲେ। ଜଣେ ମହିଳା ବିରୋଧୀ ବ୍ୟକ୍ତି ସଂସଦରେ ଫ୍ଲାଇଂ କିସ୍‌ ଦେଇପାରେ ବୋଲି ସେ କହିଥିଲେ। ପରେ ଭାଜପାର ମୋଟ ୨୦ଜଣ ଏମ୍‌ପି ଏକ ଅଭିଯୋଗ ପତ୍ରରେ ହସ୍ତାକ୍ଷର କରି ଅଧ୍ୟକ୍ଷ ଓମ୍‌ ବିରଲାଙ୍କୁ ପ୍ରଦାନ କରିଥିଲେ।

Share