Categories: ଖେଳ

ଭାରତର ପ୍ରଥମ ଟେଷ୍ଟ ବିଜୟ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯାଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସରେ ୧୪୧ ରନ କରି ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ପୁରା ଦଳର ବହୁତ ଅବଦାନ ଥିଲା। ଏହି ମ୍ୟାଚରେ ଡେବ୍ୟୁ କରିଥିବା ଯଶସ୍ବୀ ଜୟସ୍ବାଲ ୧୭୧ରନର ଇନିଂସ ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ। ଏଥିପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଆଖ୍ୟା ଦିଆଯାଇଥିଲା। ଏହି ସମୟରେ, ଏହି ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁତ ଖୁସି ହୋଇଯାଇଛନ୍ତି। ମ୍ୟାଚ ପରେ ରୋହିତ ଶର୍ମା ଅନେକ ଖେଳାଳିଙ୍କୁ ପ୍ରଶଂସା କରିଥିଲେ। ମ୍ୟାଚ ପରେ ଭାରତୀୟ ଅଧିନାୟକ କହିଛନ୍ତି, ଦେଶ ପାଇଁ ପ୍ରତ୍ୟେକ ରନ ସ୍କୋର କରିବା ଜରୁରୀ ଅଟେ।

ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୫ ଉଇକେଟ ହରାଇ୪୨୧ ରନ ସ୍କୋର କରି ଇନିଂସ ଘୋଷଣା କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିବାକୁ ଆସି ପ୍ରଥମ ଇନିଂସରେ ଅଲଆଉଟ ହୋଇ ୧୫୦ ରନ୍‌ କରି ଫଲୋଅନରେ ପଡିଥିଲା। ପୁଣି ଦିତ୍ୱୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୦ ରନ୍‌ରେ ଅଲଆଉଟ ହୋଇଥିଲା। ଫଳରେ ଇଣ୍ଡିଆ ୧୪୧ ରନ୍‌ରେ ବିଜୟ ହାସଲ କରିଛି।

Share