Categories: ବାଣିଜ୍ୟ

ୱି୨୦ ଫ୍ୟାନ୍‌ ଫେଷ୍ଟ ଚାଲେଞ୍ଜ

ନୂଆଦିଲ୍ଲୀ,୧୭।୪: ଦେଶର ପ୍ରମୁଖ ଟେଲିକମ୍‌ ବ୍ରାଣ୍ଡ୍‌ ୱି ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଏପରିକି ୱି ୨୦ ଫ୍ୟାନ୍‌ ଫେଷ୍ଟ ଚାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଉଛି, ଯେଉଁଥିରେ ସେମାନଙ୍କୁ ପ୍ରତି ମ୍ୟାଚ୍‌ ଦିନରେ କମ୍ପାନୀ ସ୍ମାର୍ଟଫୋନ୍‌ ଜିତିବାର ସୁଯୋଗ ପ୍ରଦାନ କରୁଛି। ବିଶେଷକରି କମ୍ପାନୀ ତା’ର ଗ୍ରାହକମାନଙ୍କ ଲାଗି ରିୱାର୍ଡ ଜିତିବାର ସୁଯୋଗ ଆଣି ଦେଇଛି। ସେହିଭଳି ଦୀର୍ଘ ଦୁଇ ମାସ ବ୍ୟାପୀ ଉକ୍ତ ପ୍ରତିଯୋଗିତାରେ ୱି ପକ୍ଷରୁ ଗ୍ରାହକଙ୍କୁ ପ୍ରତିଦିନ ସ୍ମାର୍ଟଫୋନ୍‌ ପ୍ରଦାନ କରାଯିବ। ପୁନଶ୍ଚ ଜଣେ ମେଗା ବିଜେତାଙ୍କୁ ଟି୨୦ ଚାମ୍ପିୟନ୍‌ଶିପ୍‌ର ଫାଇନାଲ୍‌ ମ୍ୟାଚ ଦେଖିବା ଲାଗି ୨ଟି ଟିକେଟ ଦିଆଯାଉଛି ବା ଜିତିବାର ସୁବର୍ଣ୍ଣ ସୁଯୋଗ ପାଇବେ ବୋଲି ଓ୍ବି ପକ୍ଷରୁ ସୂଚନା ଦିଆଯାଇଛି।

Share