ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…

କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି। ଶ୍ରୀଲଙ୍କା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୨.୯ ବିଲିୟନ ଆମେରିକୀୟ ଡଲାରର ଏକ ସ୍ବଳ୍ପ ମିଆଦି ଋଣ ପାଇବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ଏହାର ମୁଖ୍ୟ ଋଣଦାତା ଚାଇନା, ଜାପାନ ଏବଂ ଭାରତରୁ ଆର୍ଥିକ ନିଶ୍ଚିତତା ପାଇବାକୁ ଚେଷ୍ଟା କରୁଛି, ଯାହା ଏହି ସମୟରେ କଲମ୍ବୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରି ବିକ୍ରମସିଙ୍ଘେ କହିଛନ୍ତି ଯେ ଚଳିତ ବର୍ଷ ପ୍ରଥମ ତ୍ରୟମାସରେ ସେ ଆଇଏମଏଫର ୨.୯ ବିଲିୟନ ଡଲାର ଋଣ ସେ ଆଶା କରିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ଶ୍ରୀଲଙ୍କା ଏହାର ଋଣଦାତାଙ୍କ ସହ ଋଣ ପୁନର୍ଗଠନ ଆଲୋଚନା ଆରମ୍ଭ କରିଥିଲା। ନଗଦ ଅର୍ଥରାଶି ପୂର୍ବରୁ ନିଜକୁ ଡିଫଲ୍ଟ ଘୋଷଣା କରିଥିଲା। ଏହା ପରେ ବେଲ ଆଉଟ୍‌ ପାଇଁ ଆଇଏମଏଫ ସହିତ ଆଲୋଚନା ଆରମ୍ଭ ହୋଇଥିଲା।

 

Share