ଜୁଲାଇ ୨୦-୨୧ରେ ଭାରତ ଗସ୍ତରେ ରହିବେ ବିକ୍ରମସିଙ୍ଘେ…

କଲମ୍ବୋ,୧୮।୭ : ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ଦୃଢ଼଼ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୦ ରୁ ୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସରକାରୀ ଗସ୍ତରେ ଭାରତ ଆସିବେ। ମଙ୍ଗଳବାର ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ବିକ୍ରମସିଙ୍ଘେ ଭାରତ ଗସ୍ତ କରିବେ। ଏହି ଗସ୍ତ ଏକ ସମୟରେ ଘଟିଛୁ ଯେତେବେଳେ ଉଭୟ ଦେଶ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ ପାଳନ କରୁଛନ୍ତି।

ଏହି ଗସ୍ତ ସମୟରେ ବିକ୍ରମସିଙ୍ଘେ ମଧ୍ୟ ଭାରତୀୟ ରାଷ୍ଟ୍ରପତି ଦ୍ରୌ ପଦୀ ମୁର୍ମୁଙ୍କୁ ଭେଟିବେ । ଦୁଇ ଦେଶର ପାରସ୍ପରିକ ସ୍ବାର୍ଥର ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ବିବୃତ୍ତିରେ କୁହାଯାଇଛି। ଏଥିରେ କୁହାଯାଇଛି ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ।

Share