ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦିନେ ଯେଉଁ ରାସ୍ତାର ସବୁଜିମା ଲୋକଙ୍କୁ କଟକ ବାହାର ସ୍ଥାନକୁ ନେବା ଭଳି ଅନୁଭୂତି ଦେଉଥିଲା ତାହା ବର୍ତ୍ତମାନ ଗଛଶୂନ୍ୟ ହୋଇଯିବ। ଏବେ ଉନ୍ନତୀକରଣ ନାମରେ କଟାଚାଲିଛି ବହୁ ପୁରୁଣା ଗଛ। ରିଙ୍ଗରୋଡକୁ ୬ ଟିକିଆ କରିବା ନାମରେ ବର, ଚାକୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ଼ ବଡ଼ ଗଛ କାଟି ଦିଆଯାଇଛି। ବର୍ଷବର୍ଷ ଧରି ପଥଚାରୀଙ୍କୁ ଛାଇ ଦେଉଥିବା ଗଛଗୁଡ଼ିକ କଟାହୋଇଯିବା ପରେ ରିଙ୍ଗରୋଡରେ ଏବେ ଟିକେ ଛାଇ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏପରିକି ଶହ ଶହ ଗଛ କାଟିବା ଦ୍ୱାରା ବନ୍ଧ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।
ନେତାଜୀ ବସ୍‌ ଟର୍ମିନାଲ୍‌ ନିର୍ମାଣ ପରେ ଯାତାୟାତକୁ ସୁବିଧା କରିବା ଉଦ୍ଦେଶ୍ୟରେ ଖାନ୍‌ନଗରଠାରୁ ପ୍ରେସ୍‌ ଛକ ପର୍ଯ୍ୟନ୍ତ ରିଂରୋଡକୁ ୬ଟିକିଆ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାସ୍ତା ପ୍ରଶସ୍ତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ମଲାଚଣ୍ଡିଆ ଛକଠାରୁ ପ୍ରେସ୍‌ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଶହ ଶହ ବର୍ଷର ପୁରୁଣା ଗଛଗୁଡ଼ିକୁ କଟାଯାଉଛି। ଏହାକୁ ନେଇ କେବଳ ବାଟୋଇ ନୁହନ୍ତି ଅଞ୍ଚଳବାସୀ ବି ଚିନ୍ତାରେ ପଡ଼ିଯାଇଛନ୍ତି। ଖାନ୍‌ନଗରଠାରୁ ପ୍ରେସ୍‌ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୧୫୦୦ ଗଛ କଟାଯିବାକୁ ଚିହ୍ନ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପ୍ରାୟ ୭୦୦ରୁ ୮୦୦ ଗଛ କଟା ସରିଲାଣି। ଏପରିକି ନଦୀପାର୍ଶ୍ୱ ଓ ରାସ୍ତା ଡିଭାଇଡରରେ ଥିବା ଛୋଟଠାରୁ ଆରମ୍ଭ କରି ବିଶାଳକାୟ ଗଛକୁ କାଟି ସଫା କରିଦିଆଯାଇଛି। ଅପରପକ୍ଷେ ୧୯୮୪ରେ ତତ୍କାଳୀନ ସରକାର କାଠଯୋଡ଼ି ରିଙ୍ଗବନ୍ଧର ପୁନରୁଦ୍ଧାର ପାଇଁ ନାଲିମାଟିର ବନ୍ଧକୁ ଆହୁରି ମଜଭୁତ କରିବାକୁ ପଦକ୍ଷେପ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରେସ୍‌ ଛକଠାରୁ ଖାନନଗର ଶ୍ମଶାନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଖାନନଗର ଶ୍ମଶାନରୁ ପୁରୀଘାଟ ପର୍ଯ୍ୟନ୍ତ ପଥର ବନ୍ଧେଇ କାର୍ଯ୍ୟ କରାଯାଇଥିଲା। ଏହାପରେ ବିଭିନ୍ନ ସମୟରେ ବନ୍ଧକୁ ମଜଭୁତ କରିବାକୁ ବନ୍ଧପାର୍ଶ୍ୱରେ ଗଛ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଧକୁ ମଜଭୁତ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ହେଲେ ଏବେ ଶତାଧିକ ଗଛ କଟାଯିବା ଫଳରେ ବନ୍ଧ ଏବଂ ପରିବେଶ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପରିବେଶବିତ୍‌ ଆଶୁତୋଷ ଦେବତାଙ୍କ କହିବା ଅନୁଯାୟୀ ଗଛ ଚେର ମାଟିକୁ ଜାବୁଡ଼ି ଧରୁଥିବାରୁ ମାଟି ଖସିବାକୁ ଦିଏନାହିଁ। ଏଥିପାଇଁ ବନ୍ଧକୁ ସୁରକ୍ଷା ଓ ମଜଭୁତ କରିବାରେ ଗଛର ଭୂମିକା ଅଧିକ ରହିଛି। ସେହିପରି ପରିବେଶରେ ସନ୍ତୁଳନ ବଜାୟ ରଖିବା ପାଇଁ ଯେତିକି ଗଛ କଟାଯିବ ତାର ପାଞ୍ଚଗୁଣା ବଡ଼ ୫ ଫୁଟିଆ ଗଛ ବିଭିନ୍ନ ଫାଙ୍କାସ୍ଥାନରେ ରୋପଣ କରାଯିବା ଉଚିତ୍‌।
କଟକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ ପରେ ରିଂରୋଡକୁ ୬ ଟିକିଆ କରିବା ପାଇଁ ଘୋଷଣା ହୋଇଥିଲା। ସମ୍ପ୍ରତି ନଦୀ ପଠା ପୋତାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ବେଧଡକ ଚାଲିଥିବା ଗଛ କଟା ସ୍ଥାନୀୟ ଅଞ୍ଚଳର ରୂପ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଗଛ କାଟି କଂକ୍ରିଟ ରାସ୍ତା ତିଆରି କରାଯାଉଛି, ହେଲେ ଗଛଟିଏ ଲଗାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା ଉମାକାନ୍ତ ସାହୁ କହିଛନ୍ତି, ସହର ମଧ୍ୟରେ ଗାଡି ମୋଟର କେଁ କଟର ଶବ୍ଦରୁ ଏହି ରାସ୍ତା ଦେଇ ଗଲେ ଶାନ୍ତି ଅନୁଭବ ହେଉଥିଲା। କାରଣ କାଠଯୋଡି ନଦୀ ସହ ରାସ୍ତାଟି ସବୁଜିମା ଭରି ରହିଥିଲା। ହେଲେ ବର୍ତ୍ତମାନ ୧୫ ଦିନ ମଧ୍ୟରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସେହିପରି ରାମ ଚନ୍ଦ୍ର ସାହୁ କହିଛନ୍ତି, ପିଲାବେଳୁ ଏହି ଅଞ୍ଚଳରେ ଅଛୁ। ରିଂ ବନ୍ଧ ନିର୍ମାଣ ଠାରୁ ବହୁ ଉନ୍ନତୀକରଣ ଦେଖି ଆସୁଛି। ହେଲେ ପୂର୍ବରୁ ଉନ୍ନତୀକରଣ ନାମରେ ଏପରି ଗଛ କାଟିବା ଦେଖି ନ ଥିଲି। ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଗଛ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ବୃଦ୍ଧି ସହ ସବୁଜିମାରେ ପରିଣତ କରିଥିଲା। ହେଲେ ବର୍ତ୍ତମାନ ଶୁଷ୍କ ଅଞ୍ଚଳ ଭଳି ଦେଖାଯାଉଛି।
ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, କଟାଯାଉଥିବା ଗଛର ବିକଳ୍ପରେ ୧୦୦ ଗୁଣ ଅଧିକ ଗଛ ଲଗାଇବା ଯୋଜନା କରାଯାଇଛି। ସେହିପରି ବନ୍ଧର ସୁରକ୍ଷା ପାଇଁ କମ୍‌ରୁ କମ୍‌ ଚାପ ଦେଇ କାର୍ଯ୍ୟ କରାଯାଉଛି। ପିଲର ଦେଇ ବ୍ରିଜ ନିର୍ମାଣ କରାଯିବ। ଯେପରି ବନ୍ଧ ଉପରେ କୌଣସି ଚାପ ପଡିବ ନାହିଁ ତାହାକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ବନ୍ଧକୁ ଅଧିକ ସୁରକ୍ଷିତ କରିବା ପାଇଁ ଜିଲାପାଳ କାର୍ଯ୍ୟାଳୟ ନିକଟରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

ଆସନ୍ତା  ୨୩ରେ ପ୍ରଗତି ପଥ ମହୋତ୍ସବ: ଏହି ବ୍ୟକ୍ତି ବିଶେଷ ହେବେ ସମ୍ମାନିତ

ଭବାନୀପାଟଣା,୧୯।୧୦ (ଉତ୍ତମ କୁମାର ଦାଶ)- ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଓ ଦ୍ଵିତୀୟ ପୂଣ୍ୟତିଥୀ ଅବସରରେ ଆସନ୍ତା ୨୩ ତାରିଖ ବୁଧବାର...

ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ...

ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍‌କୋ: ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୯।୧୦: କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଇଣ୍ଡିଆ କେମ୍‌ ୨୦୨୪। ଏଥିରେ...

ଓଏଏସ୍‌ ରେଜଲ୍ଟ ପ୍ରକାଶ: ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍‌ ଟେନ୍‌ରେ ଅଛନ୍ତି…

ଭୁବନେଶ୍ୱର,୧୯ା୧୦: ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ।  ଏହାର ତାଲିକା ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍‌ ୬୮୩ ଜଣ...

ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri