ବରାହନାଥ ପ୍ରକଳ୍ପ କାମରେ ବ୍ୟାପକ ଅନିୟମିତତା

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଚାଲିଛି। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ଅତି ପ୍ରାଚୀନ ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ମତ ପ୍ରକାଶ ପାଇଛି ା ବରାହନାଥ ମନ୍ଦିରର ଚତୁଃପାର୍ଶ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବହୁ ପୁରୁଣା ଦୁର୍ବଳ ପାଚେରି ଉପରେ ନୂତନ କାନ୍ଥ ନିର୍ମାଣ କରାଯାଇ ବିପୁଳ ଅର୍ଥ ହରିଲୁଟ କରିବାକୁ ମସୁଧା ହେଉଥିବା ଅଭିଯୋଗ ହେଉଛି।
ପୁଣ୍ୟତୋୟା ବୈତରଣୀକୂଳରେ ଭାରତ ଭୂଖଣ୍ଡର ଏକ ପ୍ରାଚୀନ ନଗରୀ ଯାଜପୁରର ଅବସ୍ଥିତି ସ୍ବତନ୍ତ୍ର। ଏକଦା ପ୍ରାଚୀନ କଳିଙ୍ଗ ଉତ୍କଳର ଭୌମକର ବଂଶୀୟ ଶାସକମାନଙ୍କ ଅଧୀନରେ ଥିବା ଏହି ନଗରୀ କଳାସ୍ଥାପତ୍ୟ, ଐତିହ୍ୟ ଓ ପୁଣ୍ୟକ୍ଷେତ୍ର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହାସହ ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ବୁଦ୍ଧ, ଜୈନ ଓ ଇସଲାମ ଧର୍ମ ସଂସ୍କୃତିର ମହନୀୟ ପୀଠ ଭାବେ ମଧ୍ୟ ସୁବିଦିତ। ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ନାଭିଗୟା, ବରାହନାଥ ମନ୍ଦିର, ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ଜଗନ୍ନାଥ, ବ୍ରହ୍ମକୁଣ୍ଡ, ଶୁଭସ୍ତମ୍ଭ, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ୱର ଆଦି ପୌରାଣିକ କ୍ଷେତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିଥିବା ଏହି ପୀଠଗୁଡିକର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ୮ ବର୍ଷ ହେବ ଆରମ୍ଭ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମରେ ଏହି ବରାହନାଥ ପ୍ରକଳ୍ପ ପାଇଁ ୨୦୧୯-୨୦ରୁ ଏଯାଏ ୩୫.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ସମେତ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ଚାଲିଛି। ହେଲେ ଏହି କାର୍ଯ୍ୟଗୁଡିକର ମାନକୁ ଅବଲୋକନ କଲେ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ବିଧାୟକଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପରାହତ କରୁଥିବା ମନେହେଉଛି। ବରାହନାଥ ମନ୍ଦିରର ଚତୁଃପାର୍ଶ୍ୱରେ କେଉଁ କାଳରୁ ପ୍ରାୟ ୩୦୦ ମିଟର ପରିଧିରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରି ନିର୍ମାଣ ହୋଇଥିଲା। ଏହି ପାଚେରିର କେତେକାଂଶ ଭାଙ୍ଗି ଯାଇଥିବାବେଳେ କେତେକ ସ୍ଥାନରେ ଗୋଟିଏ ପାର୍ଶ୍ୱକୁ ଢଳି ହୋଇ ପଡିଛି। ଏହି ପୁରୁଣା ପାଚେରି ଉପରେ ଇଟା ଯୋଡେଇ ପ୍ରାୟ ୧୦ଫୁଟ ଉଚ୍ଚ କରାଯାଉଛି। ଏହା ଉପରେ ନୂତନ ପିଲର କାମ ମଧ୍ୟ ଚାଲିଛି। ତେଣୁ ପାଚେରିର ଭିତ୍ତିଭୂମି ଦୁର୍ବଳ ହୋଇଥିବା ସ୍ଥଳେ କେମିତି ଏହା ଉପରେ ନିର୍ମାଣ କାମ ଚାଲିଛି ତାହା ସହରବାସୀଙ୍କୁ ବିସ୍ମିତ କରିଛି। ଏହି କାର୍ଯ୍ୟରେ ସଂପୃକ୍ତ ଠିକାସଂସ୍ଥା ସହ ବିଭାଗୀୟ ଯନ୍ତ୍ରୀମାନଙ୍କ ମଧ୍ୟରେ ସଲାସୁତୁରା ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ପାଣିକୋଇଲି ପୂର୍ତ୍ତ ତଥା ଆର୍‌ ଆଣ୍ଡ ବି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଏହି ଅନିୟମିତତା ସଂକ୍ରାନ୍ତରେ ଜାଣି ମଧ୍ୟ ନୀରବ ରହିବା ତାଙ୍କ କାର୍ଯ୍ୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ଉକ୍ତ ଦୁର୍ନୀତି ନେଇ ଖବର ପ୍ରକାଶ ପାଇଲେ ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବା ସ୍ଥଳେ ଓଲଟା ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ତାଗିଦ କରି କମିଶନ ପରିମାଣକୁ ବୃଦ୍ଧି କରାଯାଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ପୁରୁଣା କାନ୍ଥ ଉପରେ ନିର୍ମାଣ କରିବାକୁ ଅଟକଳ ପ୍ରସ୍ତୁତ ହୋଇଛି। ତେବେ ଦୁର୍ବଳ ଏବଂ ଏକ ପାର୍ଶ୍ୱକୁ ଢଳିଥିବା ପାଚେରି ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri