ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧ ଥର ବାତ୍ୟା ହେଲାଣି। ସେଗୁଡିକ ହେଲା ୨୦୧୩ରେ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୬ ତିତ୍‌ଲି, ୨୦୧୮ ଡାଏ, ୨୦୧୯ ଫନି ଓ ବୁଲ୍‌ବୁଲ୍‌, ୨୦୨୦ ଅମ୍ଫାନ, ୨୦୨୧ ଗୁଲାବ ଓ ୟାସ୍‌, ୨୦୨୨ ଆସାନି ଏବଂ ୨୦୨୪ର ଦାନା। କିନ୍ତୁ ମହାବାତ୍ୟା ଭଳି ବିପର୍ଯ୍ୟୟ ଏପର୍ଯ୍ୟନ୍ତ ଓଡ଼ିଶାରେ ଘଟିନାହିଁ। ୧୯୯୯ ଅକ୍ଟୋବର ୨୯ରେ ଯେଉଁ ପ୍ରଳୟ ପାରାଦୀପ ଓ ଏରସମା ଅଞ୍ଚଳରେ ଘଟିଥିଲା, ସେଥିରେ ୭୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରୀ ଭାବେ ଦର୍ଶାଯାଇଛି। କିନ୍ତୁ ନିଖୋଜଙ୍କ ସଂଖ୍ୟା ଓ ବାସ୍ତବ ଆକଳନ କଲେ ଏହି ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ବୋଲି କୁହାଯାଉଛି। ମହାବାତ୍ୟା ସମୟରେ ଯେଉଁମାନେ ନିଜ ସମ୍ପର୍କୀୟମାନଙ୍କୁ ହରାଇଥିଲେ, ସେମାନେ ଏବେବି ଅକ୍ଟୋବର ମାସ ଆସିଲେ ନିଜ ମଧ୍ୟରେ ଗୁମୁରି ଗୁମୁରି କାନ୍ଦୁଛନ୍ତି।
ସେମିତି ଜଣେ ବ୍ୟକ୍ତି ହେଲେ ପାରାଦୀପର ଶଙ୍କର ନନା। ପୂରା ନାମ ଶଙ୍କର୍ଷଣ ମିଶ୍ର(୬୪)। ପୈତୃକ ଗ୍ରାମ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତ୍ତୋ ଗାଁରେ। ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କ ବାପା ପୂଜକ ଭାବେ ରହୁଥିଲେ। ଶଙ୍କର ନନା ମଧ୍ୟ କୌଳିକ ବୃତ୍ତି ଶିଖି ଯଜମାନ କାମ ଆରମ୍ଭ କରିଦେଇଥିଲେ। ସେ ଶିବ ମନ୍ଦିର ପୂଜକ ହେବା ସହ ଯଜମାନ କାମ କରନ୍ତି। ମହାବାତ୍ୟା ସମୟରେ ତାଙ୍କର ପୂର୍ଣ୍ଣାଙ୍ଗ ପରିବାର ଥିଲା। ମା’ବାପାଙ୍କ ସହ ସ୍ତ୍ରୀ ଗୌରୀ, ୪ ଝିଅ ଓ ବର୍ଷକର ପୁଅ ଥିଲା। ମହାବାତ୍ୟାରେ ଶଙ୍କର ନନା ଓ ତାଙ୍କ ବାପା ଭଗବାନ ମିଶ୍ର ପୂଜା କରିବାକୁ ଯାଇ ବର୍ତ୍ତି ଯାଇଥିଲେ, କିନ୍ତୁ ପରିବାରର ଅନ୍ୟ ୫ ଜଣ ବାତ୍ୟାରେ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ସନ୍ଧାନ ମିଳିନାହିଁ ବୋଲି ଶଙ୍କର ନନା କୁହନ୍ତି। ମହାବାତ୍ୟା ସମ୍ପର୍କରେ ସେ କୁହନ୍ତି, ସେତେବେଳେ କାର୍ତ୍ତିକ ମାସ। ମନ୍ଦିର ଧୁଆଧୋଇ ଓ ନୀତିକାନ୍ତି ପାଇଁ ରାତି ୪ଟାରୁ ଶଙ୍କର ନନା ଓ ତାଙ୍କ ବାପା ମନ୍ଦିର ପଳାଇ ଆସିଥିଲେ। ଏହି ସମୟରେ ମନ୍ଦିର ବେଢ଼ା ପଛପଟେ ଥିବା ଝୁମ୍ପୁଡି ଘରେ ସ୍ତ୍ରୀ, ୩ ଝିଅ ଓ ପୁଅ ସହ ୫ ଜଣ ଥିଲେ। ମା’ସେତେବେଳେ ଚାନ୍ଦବାଲି ଗାଁକୁ ଯାଇଥିଲେ। ସକାଳ ପ୍ରାୟ ୬ଟା ୩୦ ବେଳକୁ ବର୍ଷା, ପବନ ସହ ପାଣି ମାଡ଼ି ଆସିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଶଙ୍କର ନନାଙ୍କ ପାଖରେ ଥିବା ବାପା ମଧ୍ୟ ପହଞ୍ଚତ୍ ପାରି ନ ଥିଲେ। ଶିବ ମନ୍ଦିର ଭିତରେ ପାଣି ପଶି ଯାଇଥିଲା। ଯେଉଁଠି ପାର୍ବତୀ ମୂର୍ତ୍ତି ରହିଛି ତା’ ପାଖରେ ଗୋଟିଏ ଗୋଡ଼ ସାହାଯ୍ୟରେ ଠିଆ ହୋଇ ଶଙ୍କର ନନା ୭୨ ଘଣ୍ଟା ବିତାଇଥିଲେ। ୩ ଦିନ ପରେ ଜଣେ ବ୍ୟକ୍ତି କିଛି ଖେଚୁଡ଼ି ଆଣି ଖାଇବାକୁ ଦେଇଥିଲେ। ଏହାପରେ ସେଠାରୁ ବହୁ କଷ୍ଟରେ ବାହାରି ଶଙ୍କର ଘରକୁ ଯାଇଥିଲେ, ମାତ୍ର ସେତେବେଳକୁ କିଛି ନଥିଲା। ଘର କି ପରିବାର କିଛି ନ ଥିଲା। ପାଖରେ ଥିବାଝୁମ୍ପୁଡି ଘର ଭାସି ଯାଇଥିଲା। ସେଥିରେ କେତେଜଣଙ୍କ ମୃତଦେହ ମିଳିଥିଲା। କିନ୍ତୁ ଶଙ୍କର ନନା ପରିବାର ଲୋକଙ୍କ ମୃତଦେହ ଏପର୍ଯ୍ୟନ୍ତ ପାଇ ନଥିବା କହିଛନ୍ତି। ସେହି ଲୋମଟାଙ୍କୁରା ଘଟଣା ମନେପଡିଲେ ଏବେବି ଭୟ ସୃଷ୍ଟି ହୁଏ। ବାତ୍ୟା ପରେ ପରିବାର ଆତ୍ମୀୟ ସ୍ବଜନଙ୍କ କଥାରେ ଦ୍ୱିତୀୟ ବିବାହ କରିଥିଲି। ୩ ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର ଚାଲିଛି। ସେହି ବାତ୍ୟାରେ ୩ ଝିଅ ଓ ଗୋଟିଏ ପୁଅ ହରାଇଥିଲି। ପ୍ରଭୁ ମୋତେ ପୁଣି ସେମିତି ଫେରେଇଛନ୍ତି। ସେପରି ଦୁଃଖ ଆଉ କାହା ଜୀବନରେ ନ ଆସୁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ

ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ...

ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲା: ଜେଲ ଗଲେ ୧୦ ଅଭିଯୁକ୍ତ

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ୧୦ଜଣଙ୍କୁ ଗିରଫ କରିଛି। ପୋଲିସ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ...

ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୧ା୧୧: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍‌ ମେରିଟ୍‌...

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍‌ଙ୍କଠାରୁ ଆରମ୍ଭ କରି ଓକିଲ ବି…

କଟକ,୨୧ା୧୧: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା...

ବିଦ୍ୟାଳୟ ରାସ୍ତାରୁ ଜବରଦଖଲ ହଟାଇଲା ପ୍ରଶାସନ

ପାଟଣା,୨୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ତହସିଲ ଅନ୍ତର୍ଗତ ସାହାରପଡ଼ା ବଜାରରେ ସରକାରୀ ଜମିକୁ ମାଡ଼ି ଜଣେ ବ୍ୟକ୍ତି ଟାୟାର ଓ ଗାଡି ପାର୍ଟସ୍‌ ଦୋକାନ...

ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ଝୁଲିପଡ଼ିଲେ ସ୍ବାମୀ, ମୋବାଇଲ ବନ୍ଧା ରଖିବା ନେଇ…

ବାଲିଗୁଡ଼ା,୨୧ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମୂଲ୍ୟବାନ ଜୀବନ। ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀଙ୍କ...

ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଯାଜପୁର...

ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟସ୍ଥ ବାବା ଅଳେଶ୍ୱର ଶୈବ ପୀଠର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri