Posted inଖେଳ

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିବା ଭଳି ସେଭଳି କିଛି କହି ନ ଥିଲେ ହେଁ ବିସିସିଆଇ ଏହି ମାମଲାକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିବ ବୋଲି କହିଥିଲେ। ଏହାଛଡ଼ା ଗୁରୁଗାଓଁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାଙ୍ଗୁଲି ଅନେକ ବିଷୟ ଉପରେ ମତ ରଖିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଗାଙ୍ଗୁଲିଙ୍କୁ ଜୀବନରେ ଆସୁଥିବା ସମସ୍ତ ପ୍ରକାର ଚାପକୁ କିଭଳି ମୁକାବିଲା କରିବେ ବୋଲି ପଚରାଯାଇଥିଲା। ଏହାର ଜବାବ ଦେଇ ଗାଙ୍ଗୁଲି କହିଥିଲେ ଜୀବନରେ କୌଣସି ଚାପ ନାହିଁ। କେବଳ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି।

ଏହାଛଡ଼ା ଗାଙ୍ଗୁଲିଙ୍କୁ କେଉଁ ଖେଳାଳିଙ୍କ ମନୋଭାବ ପସନ୍ଦ ବୋଲି ପଚରାଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ନାମ ନେଇଥିଲେ ସେ। କୋହଲିଙ୍କ ଆଟିଚ୍ୟୁଡ୍‌ ବହୁତ ପସନ୍ଦ କରେ ହେଲେ ସେ ବହୁତ ଝଗଡ଼ା କରନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧...

୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ

ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ...

ବୁମ୍‌ରାଙ୍କ ବିନା ଅଷ୍ଟ୍ରେଲିଆର ହୋଶ୍‌ ଉଡାଇଲା ଟିମ୍‌ ଇଣ୍ଡିଆ: ପ୍ରଥମ ଇନିଂସରେ ଆଗୁଆ

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୮୧ ରନ ଅଲଆଉଟ୍‌ ହୋଇଯାଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ...

ମ୍ୟାଚ୍‌ ମଝିରେ ହଠାତ୍‌ ମେଡିକାଲ ଗଲେ ବୁମ୍‌ରା: ଟିମ୍‌ ଇଣ୍ଡିଆର ବଢିଲା ସମସ୍ୟା

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି...

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି।...

ଗୋଟିଏ ଓଭରରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ସିଡନୀ,୪।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ଓଭରରେ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌...

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ...

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri