Categories: ଜାତୀୟ

ଗୃହକାର୍ଯ୍ୟ କଲେ ମହିଳାଙ୍କୁ ଚାକରାଣୀ ବୋଲି କରାଯିବନି ବିବେଚନା: ହାଇକୋର୍ଟ

ମୁମ୍ବାଇ,୨୭।୧୦: ଜଣେ ବିବାହିତା ମହିଳା ନିଜ ପରିବାର ପାଇଁ ଘରକାମ କରିବାକୁ ଚାକରାଣୀର କାର୍ଯ୍ୟ ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ ଏହାକୁ ନିଷ୍ଠୁରତା କୁହାଯାଇପାରିବ ନାହଁ ବୋଲି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍‌ କହିଛନ୍ତି। ମହିଳା ଜଣଙ୍କ ତାଙ୍କ ସ୍ବାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଆଣିଥିବା ଘରୋଇ ହିଂସା ଓ ନିଷ୍ଠୁରତା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସ୍ବାମୀ ଓ ତାଙ୍କ ମାଆବାପାଙ୍କ ବିରୋଧରେ ଦାଏର ଏତଲାକୁ ଜଷ୍ଟିସ୍‌ ବିଭା କଙ୍କନଓ୍ବାଡ଼ି ଏବଂ ରାଜେଶ ପାଟିଲଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଶ୍ୱଶୁର ଘରେ ତାଙ୍କୁ ଘରୋଇ ସହାୟିକା ଭାବେ ବ୍ୟବହାର କରାଯାଉଥିଲା ଏବଂ କାର କିଣିବା ଲାଗି ୪ ଲକ୍ଷଟଙ୍କା ଆଣିବାକୁ କୁହାଯାଉଥିଲା । ଯୌତୁକ ଦାବିରେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମହିଳା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।

Share