ଇମ୍ରାନଙ୍କୁ ଏହି ଜିନିଷ ଧରି ପିଟନ୍ତି ସ୍ତ୍ରୀ

ସିରିଏଲ କିସର ନାମରେ ଜଣାଶୁଣା ଅଭିନେତା ଇମ୍ରାନ ହାଶମୀ ଆଜି ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଇମ୍ରାନ ୨୪ ମାର୍ଚ୍ଚ ୧୯୭୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ଇମ୍ରାନ ‘ମର୍ଡର’ ଫିଲ୍ମରୁ ପରିଚୟ ହାସଲ କରିଥିଲେ। ଏହି ଚଳଚ୍ଚିତ୍ର ପରେ ଲୋକମାନେ ତାଙ୍କୁ ସିରିଏଲ କିସର ବୋଲି କହିବା ଆରମ୍ଭ କରିଦେଲେ। ଏଥି ସହିତ ୨୦୧୨ ଚଳଚ୍ଚିତ୍ର ରାଜ ୪ରେ ସେ ଅଭିନେତ୍ରୀ ବିପାଶା ବସୁଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହି ଚୁମ୍ବନ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା, ଯାହା ବଲିଉଡରେ ସବୁଠୁ ଲମ୍ବା ଚୁମ୍ବନ ବୋଲି ବିଶ୍ୱାସ କରାଯାଏ।
୨୦୦୩ରେ ଇମ୍ରାନ ବଲିଉଡରେ ଡେବ୍ୟୁ କରିଥିଲେ, ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଫୁଟପାଥ। ଏହି ଫିଲ୍ମରେ ସେ ବିପାଶା ବସୁଙ୍କ ସହ ନଜର ଆସିଥିଲେ। ଏହାପୂର୍ବରୁ ଇମ୍ରାନ ପରଭୀନ ନାମକ ଶିକ୍ଷୟତ୍ରୀଙ୍କୁ ପ୍ରେମ କରୁଥିଲେ। ୧୨ ଡିସେମ୍ବର ୨୦୦୬ରେ ଇମ୍ରାନ ଏବଂ ପରଭୀନ ବିବାହ କରିଥିଲେ। ୨୦୧୦ରେ, ସେମାନଙ୍କର ଆୟାନ ନାମକ ଏକ ପୁତ୍ର ହୋଇଥିଲା। ଆଜିକାଲି ଉଭୟ ଖୁସିରେ ଜୀବନ ବିତାଉଛନ୍ତି।
ଫିଲ୍ମରେ ଇମ୍ରାନଙ୍କ ଚୁମ୍ବନ ସିନ୍‌କୁ ପସନ୍ଦ କରନ୍ତି ନାହିଁ ପରଭୀନ। ଯେତେବେଳେ ବି ଇମ୍ରାନ ବଡ ପରଦାରେ ଚୁମ୍ବନ ଦିଅନ୍ତି, ପରଭୀନ ରାଗନ୍ତି। ବେଳେବେଳେ ପରିସ୍ଥିତି ଏପରି ହୁଏ ଯେ, ପରବୀନ ତାଙ୍କୁ ବ୍ୟାଗ୍‌ରେ ପିଟନ୍ତି।

Share