Categories: ଜାତୀୟ

ଜିଦ୍‌ କରି ନିଜ ଆବଶ୍ୟକତା ପୂରଣ ପାଇଁ ସ୍ବାମୀଙ୍କ ଉପରେ ଚାପ ପକାଇ ଆର୍ଥିକ ସ୍ଥିତି ନେଇ ଅପମାନ ଦେଲେ ସ୍ତ୍ରୀଙ୍କୁ ଦିଆଯାଇ ପାରିବ ଛାଡ଼ପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୪।୨ : ଏକ ଛାଡ଼ପତ୍ର ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କ ଆର୍ଥିକ କ୍ଷମତା ନେଇ ସ୍ତ୍ରୀ ତାଙ୍କୁ ନିରନ୍ତର ଅପମାନିତ କରିବା ଏବଂ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ନିଜର ଅଧିକ ଆକାଂକ୍ଷା ପୂରଣ କରିବାକୁ ଚାପ ପକାଇବା ମାମଲାକୁ ମାନସିକ ନିର୍ଯାତନା କୁହାଯାଇପାରିବ। ଏକ୍ଷେତ୍ରରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ମଧ୍ୟ ଦିଆଯାଇ ପାରିବ।
ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବନସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଆର୍ଥିକ ସ୍ଥିତି ନେଇ ସ୍ବାମୀଙ୍କୁ ଅପମାନିତ କରିବା କ୍ରୁରତା।
ଜଣେ ସ୍ତ୍ରୀ ସ୍ବାମୀଙ୍କର ଆର୍ଥିକ ସୀମାବଦ୍ଧତାର ନିରନ୍ତର ଊଲ୍ଲଂଘନ ହେବା ଉଚିତ ନୁହେଁ। ସ୍ତ୍ରୀଙ୍କ ଏଭଳି ବ୍ୟବହାର ଦ୍ୱାରା ପରିବାରରେ ଅସନ୍ତୋଷର ଭାବନା ସୃଷ୍ଟି ହୋଇଥାଏ। ଏହା ସହିତ ସ୍ବାମୀଙ୍କୁ ମଧ୍ୟ ମାନସିକ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ।
ହିନ୍ଦୁ ବିବାହ ଆଇନର ଧାରା ୧୩ (୧-କ) (୨) ଅନୁସାରେ ଏଭଳି ଆଚରଣ କରୁଥିବା ସ୍ତ୍ରୀଙ୍କୁ ଛାଡ଼ପତ୍ର ଦିଆଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

Share