Posted inଜାତୀୟ

ସ୍ବାମୀଙ୍କୁ ସର୍ବସାଧାରଣରେ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ ବିବାହିତ ଦମ୍ପତିଙ୍କ ଛାଡ଼ପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ସ୍ବାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ ବୋଲି କହିବା ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବଂସଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଜଣେ ସ୍ବାମୀଙ୍କ ବିରୋଧ କରାଯାଇଥିବା ବେପରୁଆ, ବଦନାମ ତଥା ଭିତ୍ତିହୀନ ଅଭିଯୋଗ, ଯାହା ତାଙ୍କର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷୁର୍ଣ୍ଣ କରିବାର ପ୍ରଭାବ ରହିଛି, ତାହା ସ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ।

କୋର୍ଟ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ଯାହା ଉପରେ କୌଣସି ବିବାହ ଠିଆ ହୋଇଛି ତାହା ହେଉଛି ବିଶ୍ୱାସ ଏବଂ ସମ୍ମାନ। ଏକ୍ଷେତ୍ରରେ ଜଣେ ଅନ୍ୟ ଜଣଙ୍କ ସହିତ ଏପରି ଆଚରଣ କରିବେ ବୋଲି ଆଶା କରାଯାଇପାରିବ ନାହିଁ। ଯାହା ନିଜ ସାଥୀଙ୍କ ଉପରେ ବିଶ୍ୱାସର ଅଭାବ ଦର୍ଶାଉଛି।
ଦୁର୍ଭାଗ୍ୟବଶତଃ, ଏହି ମାମଲାରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୂ ସର୍ବସାଧାରଣରେ ମାନସିକ ନିର୍ଯାତନା ଦେଉଛନ୍ତି, ଅପମାନିତ କରୁଛନ୍ତି ଏବଂ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି। ଅନ୍ୟ ମହିଳାଙ୍କ ସହିତ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା କହୁଛନ୍ତି। ଏହା ଜଣେ ସ୍ବାମୀଙ୍କ ପ୍ରତି ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ।

ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନରେ କ୍ରୁରତା କାରଣରୁ ଛାଡ଼ପତ୍ରକୁ ପାରିବାରିକ ଅଦାଲତ ଖାରଜ କରିଦେଇଥିଲେ। ଏହାପରେ ପାରିବାରିକ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ କୌଣସି ସମ୍ପର୍କ ଅଧା ସତ୍ୟ, ଅଧା ମିଥ୍ୟା, ଅଧା ସମ୍ମାନ ଏବଂ ଅଧା ବିଶ୍ୱାସ ଉପରେ ଠିଆ ହୋଇପାରିବ ନାହିଁ।

କୋର୍ଟ କହିଛନ୍ତି ସ୍ବାମୀ ପ୍ରାୟ ୬ ବର୍ଷ ଧରି ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଏପରି କାର୍ଯ୍ୟ ପ୍ରମାଣିତ କରେ ଯେ ସ୍ତ୍ରୀ ସ୍ବାମୀ ପ୍ରତି କ୍ରୁରତା ପ୍ରଦର୍ଶନ କରୁଛନ୍ତି। ଫଳରେ ତାଙ୍କ ମନରେ ମାନସିକ ଯନ୍ତ୍ରଣା ଏବଂ ଆଘାତ ସୃଷ୍ଟି ହେବା ସହିତ ସ୍ବାମୀ ବେଳେବେଳେ ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଛନ୍ତି। ତେଣୁ ଛାଡପତ୍ର ଆବେଦନକୁ ମଞ୍ଜୁର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri