Categories: ଜାତୀୟ

ଆଧାର ତଥ୍ୟ ବ୍ୟକ୍ତିଗତ, ସ୍ତ୍ରୀ ମଧ୍ୟ ହାସଲ କରିପାରିବେ ନାହିଁ: କର୍ନାଟକ ହାଇକୋର୍ଟ

ବେଙ୍ଗାଲୁରୁ,୨୮।୧୧: ଆଧାର ତଥ୍ୟ ବ୍ୟକ୍ତିଗତ। ଏହାକୁ କୌଣସି ସମ୍ପର୍କୀୟ ଲୋକ ଜାଣିପାରିବେ ନାହିଁ। ଏପରିକି ନିଜ ସ୍ତ୍ରୀ ମଧ୍ୟ ନୁହେଁ। କର୍ନାଟକ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, କେବଳ ବିବାହ ଆଧାରରେ ସ୍ବାମୀ ହେଉ କି ସ୍ତ୍ରୀ ଆଧାରର ବ୍ୟକ୍ତିଗତ ତଥ୍ୟ ଜାଣିବା ଉଚିତ ନୁହେଁ। ବିବାହ ବ୍ୟକ୍ତିଗତ ଅଧିକାର(Right to privacy)କୁ କେବେ ବି ପ୍ରଭାବିତ କରିପାରିବ ନାହିଁ।

କୋର୍ଟ ଆହୁରି କହିଛନ୍ତି, ଜଣେ ମହିଳା ବିବାହ ସମ୍ପର୍କ ଆଧାରରେ ନିଜ ଜୀବନସାଥୀଙ୍କର UID ଡାଟାକୁ ହାସଲ କରିପାରିବେ ନାହିଁ। ଏହା ସେମାନଙ୍କ ଅଧିକାରରେ ଆସୁନାହିଁ।
ସୂଚନାଯୋଗ୍ୟ, ହୁବୁଲି ଜିଲାର ଜଣେ ମହିଳାଙ୍କ ଦ୍ୱାରା ଆବେଦନ କରାଯାଇଥିବା ଯାଚିକାର ଶୁଣାଣି କରିଛନ୍ତି। ଆବେଦନରେ ମହତିଳା କହିଛନ୍ତି, ନିଜଠାରୁ ଅଲଗା ରହୁଥିବା ସ୍ବାମୀଙ୍କ ଠାରୁ ସେ ଆଧାର ନମ୍ବର, ବିବରଣୀ ଓ ଫୋନ ନମ୍ବର ମାଗିଥିଲେ। ମହିଳା ନିଜ ସ୍ବାମୀଙ୍କ ବିରୋଧରେ ପରିବାର ଅଦାଲତରେ ଭରଣ-ପୋଷଣ ଆଦେଶରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅkାଧାର କରି ଯାଚିକା ଦାୟର କରିଥିଲେ।

 

Share