ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ ସହିତ ତୁଳନା କରିଥିବାବେଳେ ସେ ମହିଳାମାନଙ୍କ ପାଇଁ ସ୍ବାମୀ-ଆଦେଶ ଏବଂ ସ୍ବାମୀ ଧର୍ମକୁ ଅଳଙ୍କାର ବୋଲି ବର୍ଣ୍ଣନା କରିଛନ୍ତି। ତାହାକୁ ସେ ବିଭିନ୍ନ ଶ୍ଳୋକରେ ବ୍ୟାଖ୍ୟା କରିଛନ୍ତି।
तक्षकस्य विषं दन्ते मक्षिकायास्तु मस्तके ।
वृश्चिकस्य विषं पुच्छे सर्वाङ्गे दुर्जने विषम् ।।”
ଏହି ପଦରେ, ଚାଣକ୍ୟ ମନ୍ଦ ବ୍ୟକ୍ତିଙ୍କୁ ବିଷାକ୍ତ ଜୀବ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ଯେପରି ସାପ, ମହୁମାଛି ଏବଂ ବିଛା ବିଷରେ ପରିପୂର୍ଣ୍ଣ। ସେହିପରି ଜଣେ ଖରାପ ବ୍ୟକ୍ତି ମଧ୍ୟ ବିଷଧର। କେବଳ ପାର୍ଥକ୍ୟ ହେଉଛି ସାପର ବିଷ ଏହାର ଦାନ୍ତରେ, ମହୁମାଛିର ମୁହଁ ଏବଂ ବିଛା ଲାଞ୍ଜରେ ଥିବାବେଳେ ଖରାପ ବ୍ୟକ୍ତିଙ୍କ ସମଗ୍ର ଶରୀର ବିଷରେ ପରିପୂର୍ଣ୍ଣ। ତାଙ୍କ ସହିତ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତି ତାଙ୍କର ଖରାପ ପ୍ରଭାବକୁ ଏଡାଇ ପାରିବେ ନାହିଁ। ତେଣୁ ମନ୍ଦ ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଉଚିତ୍।
पत्युराज्ञां विना नारी उपोष्य व्रतचारिणी !
आयुष्यं हरते भर्तुः सा नारी नरकं व्रजेत् !!
ଏହି ଶ୍ଳୋକରେ ଚାଣକ୍ୟ ସ୍ବାମୀଙ୍କ ନିର୍ଦ୍ଦେଶ ଏବଂ ସ୍ବାମୀ ଧର୍ମକୁ ମହିଳାଙ୍କ ଅଳଙ୍କାର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ଯିଏ ନିଜ ସ୍ବାମୀଙ୍କ ଛୋଟ ଛୋଟ ଆଦେଶକୁ ମଧ୍ୟ ମାନନ୍ତି, ତାଙ୍କର ଭାଗ୍ୟ ବଦଳିଯିବ।
ଅପରପକ୍ଷେ, ଯଦି ସେ ସ୍ବାମୀଙ୍କ ବିନା ଅନୁମତିରେ ଉପବାସ,ବ୍ରତ କରନ୍ତି, ତେବେ ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି।
न दानैः शुद्ध्यते नारी नोपवासशतैरपि ।
न तीर्थसेवया तद्वद् भर्तु: पादोदकैर्यथा ।।
ସମସ୍ତ ଶୁଭ କାର୍ଯ୍ୟ ଅପେକ୍ଷା ସ୍ବାମୀ ସେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜଣେ ମହିଳା ଯିଏ ସ୍ବାମୀ-ଧର୍ମ ଅନୁସରଣ କରି ସ୍ବାମୀ-ସେବାରେ ଲାଗିଥାନ୍ତି, ତାଙ୍କୁ ପବିତ୍ର ନଦୀରେ ଦାନ, ଉପବାସ, ତୀର୍ଥଯାତ୍ରା କୌଣସି ଆବଶ୍ୟକତା ନାହିଁ। ବାସ୍ତବରେ, ସେ ସ୍ବାମୀ-ସେବାର ନିଜକୁ ଉତ୍ସର୍ଗ କରି ସମ୍ପୂର୍ଣ୍ଣ ଶୁଦ୍ଧ ଅଟନ୍ତି।