ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ ସ୍ବାମୀଙ୍କୁ ନ ଦେଖାଇବାରୁ ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମଧ୍ୟପ୍ରଦେଶର ଶିବାନୀ ଜିଲାର ଦିନେଶ ନାମକ ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରିଥିଲେ। ସ୍ତ୍ରୀ ପୁଅର ମୁହଁ ନ ଦେଖାଇବାରୁ ଦିନେଶ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଦିନେଶ ମଦ ପିଇ ତାଙ୍କ ସ୍ତ୍ରୀଙ୍କୁ ମାଡ଼ପିଟ୍‌ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ପରେ ଦିନେଶ ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ପୁଅକୁ ଦେଖିବାକୁ ଚାହିଁଥିଲେ। ମାତ୍ର ସ୍ତ୍ରୀ ପୁଅର ଚେହେରା ଦେଖାଇ ନ ଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇବା ସହ ଦିନେଶ ସ୍ତ୍ରୀଙ୍କୁ କହିଥିଲେ ପୁଅକୁ ନ ଦେଖାଇଲେ ମୁଁ ଆତ୍ମହତ୍ୟା କରିବି। ଏହା ପରେ ତାଙ୍କ ସ୍ତ୍ରୀ ଫୋନ୍‌ କାଟି ଦେଇଥିଲେ। ପରେ ଏକ ବନ୍ଦ କୋଠରିରୁ ଦିନେଶଙ୍କ ମୃତଦେହ ମିଳିଥିଲା ବୋଲି ପୋଲିସ ସୂଚନା ଦେଇଛି।

Share