ସିରିଏଲ କିସର ଇମ୍ରାନଙ୍କ କିସ୍‌କୁ ପସନ୍ଦ କରନ୍ତିନି ସ୍ତ୍ରୀ, ରାଗିକି…

ଆଜି ବଲିଉଡ ଅଭିନେତା ତଥା କିସ ଷ୍ଟାର ଇମ୍ରାନ ହାସ୍‌ମିଙ୍କ ଜନ୍ମ ଦିନ। ତାଙ୍କ ଫିଲ୍ମ କ୍ୟାରିୟର ଯେତିକି ସଫଳତା ଆଣି ଦେଇଛି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ରୋଚକପୂର୍ଣ୍ଣ। ‘ସିରିଏଲ କିସର’ ଭାବରେ ଜଣାଶୁଣା ଇମ୍ରାନଙ୍କ ଏପରି କୌଣସି ଫିଲ୍ମ ନାହିଁ ଯେଉଁଥିରେ ସେ ଅଭିନେତ୍ରୀ କିସ୍‌ କରି ନାହାଁନ୍ତି। ମାତ୍ର ତାଙ୍କର ଏହି କିସ୍‌କୁ ସ୍ତ୍ରୀ ପରଭିନ ପସନ୍ଦ କରନ୍ତି ନାହିଁ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ।
ଏକ ସାକ୍ଷାତକାରରେ ଇମ୍ରାନ କହିଥିଲେ ଯେ, ସ୍ତ୍ରୀ ପରଭିନ ତାଙ୍କ କିସ ସିନକୁ ପସନ୍ଦ କରନ୍ତି ନାହିଁ। ଆଉ କାହାକୁ ଚୁମ୍ବନ ଦେଉଥିବାର ଦେଖିବା ପରେ ସେ କ୍ରୋଧିତ ହୋଇଯାଉଥିଲେ। ଇମ୍ରାନ ମଜାଳିଆ ଢଙ୍ଗରେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଚୁମ୍ବନ ଦୃଶ୍ୟ ପାଇଁ ସେ ମୋତେ ଏତେ କଷ୍ଟ ଦେଉନାହାଁନ୍ତି। ପ୍ରଥମେ ସେ ଏହାକୁ ଦେଖିଲେ ସିଧା ବ୍ୟାଗରେ ପିଟୁଥିଲେ। ତେବେ ଏହି ଯୋଡି ୨୦୦୬ରେ ବିବାହ କରିଥିଲେ। ଉଭୟଙ୍କର ଆୟାନ ହାସ୍‌ମି ନାମକ ଏକ ପୁଅ ଅଛି।

Share