କଥାରେ ଅଛି, ଖାଇବା ବାଣ୍ଟିବା(ଶେୟାର କଲେ) ଦ୍ୱାରା ଭଲପାଇବା ବଢ଼ିଥାଏ। ଏହାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ମହିଳା।
ଆମେରିକାର ଟେକ୍ସାସ୍ରେ ରୁହନ୍ତି ଟ୍ରେସି ହୋଓ୍ବେଲ ନାମ୍ନୀ ମହିଳା। ସେ ପେଶାରେ ଜଣେ ଫେସବୁକ୍ ୟୁଜର। ନିକଟରେ ଟ୍ରେସି ସୋସିଆଲ ମିଡିଆରେ ଏକ ବର୍ଗରର ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ବର୍ଗରର ଏକ ଅଂଶ ନ ଥିବା ଦେଖିବାକୁ ମିଳୁଛି। ଏହି ଶେୟାର ବର୍ଗରର କିଛି ଖଣ୍ଡ ନିଜେ ଟ୍ରେସି ଖାଇଛନ୍ତି। ତେବେ ଏହା ହେଉଛି ଟ୍ରେସିଙ୍କ ସ୍ବାମୀଙ୍କ ମଧ୍ୟାହ୍ନ ଭୋଜନ। ଏହି ପୋଷ୍ଟକୁ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ଗରର କିଛି ଅଂଶ ଟ୍ରେସି କ’ଣ ପାଇଁ ଖିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ।
ଏହି ପୋଷ୍ଟ ମାଧ୍ୟମରେ ଟ୍ରେସି ଜଣାଇଛନ୍ତି ଯେ, ତାଙ୍କର ବିବାହକୁ ଇତିମଧ୍ୟରେ ୪୧ ବର୍ଷ ହୋଇଯାଇଛି। କିନ୍ତୁ ଏହିପରି ସେ ସବୁବେଳେ ସ୍ବାମୀଙ୍କ ମଧ୍ୟାହ୍ନ ଭୋଜନ ପ୍ୟାକ୍ କରିଥାନ୍ତି। ପୂର୍ବରୁ ଟ୍ରେସି ସ୍ବାମୀଙ୍କ ଅଫିସକୁ ଯାଇ ତାଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିଲେ। ଏକଦା ସ୍ବାମୀ ତାଙ୍କୁ କହିଥିଲେ ଯେ, ଯାହାକୁ ବେଶି ଭଲ ପାଉଛ, ତା ସହ ଖାଇବା ଶେୟାର କରିବା ଦ୍ୱାରା ଭଲପାଇବା ବଢିଥାଏ। ତେଣୁ ଟ୍ରେସି ସ୍ବାମୀଙ୍କ ଅଫିସକୁ ଯାଇ ନ ପାରିବାରୁ ମଧ୍ୟାହ୍ନ ଭୋଜନ ପ୍ୟାକ୍କରି ପଠାଇଥିଲେ। ଏବଂ ପଠାଇଥିବା ଖାଦ୍ୟ ବର୍ଗରରୁ ଏକ ବାଇଟ୍ ନିଜେ ଖାଇଥିଲେ। ସ୍ବାମୀ ଘରକୁ ଆସିବା ପରେ ତାଙ୍କ ଖଦ୍ୟର କିଛି ଅଂଶ କିଏ ଖାଇଦେଇଥିଲେ ବୋଲି କହିଥିଲେ। ଏହା ପରେ ଟ୍ରେସି ଉକ୍ତ ଖାଦ୍ୟର କିଛି ଅଂଶ ନିଜେ ଖାଇଥିବା ସ୍ବାମୀଙ୍କୁ କହିଥିଲେ। କାରଣ ସେ ସ୍ବାମୀଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରି ନ ଥିବାରୁ ଏପରି ନିଜେ ଖାଇ ପଠାଇଥିବା କହିଥିଲେ। ଟ୍ରେସିଙ୍କ ଏହି ପୋଷ୍ଟ କୁ ଦେଖିବା ପରେ ଲୋକମାନେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି।