Categories: ଜାତୀୟ

ହନିମୁନ୍‌ରେ ଖୋଲିଲା ଡାକ୍ତର ସ୍ବାମୀଙ୍କ ରାଜ୍‌, ସ୍ତ୍ରୀ ଡାକିଲେ ପୋଲିସ

ଆଗ୍ରା,୨।୧୦:ଆଗ୍ରା ମହିଳା ଥାନାରେ ଜଣେ ଯୁବତୀ ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା, ମାରପିଟ୍‌ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ହନିମୁନ୍‌ ଯାଇଥିବାବେଳେ ସ୍ବାମୀ ନିଜକୁ ସମଲିଙ୍ଗୀ ଏବଂ ଏକ ଗମ୍ଭୀର ରୋଗରେ ପୀଡିତ ଥିବା କହିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଯାଞ୍ଚ୍‌ ଆରମ୍ଭ କରିଛି। କୋତାବଲି ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଯୁବତୀ ଜଣଙ୍କ ୨୦୧୯ରେ ଆଲିଗଡ ରୋଡ ହାଥରସ୍‌ର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ଯୁବତୀଙ୍କ କହିବା ଅନୁଯାୟୀ, ବିବାହରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତଥାପି ଏଥିରେ ଖୁସି ନ ଥିଲେ ଶାଶୁଘର ଲୋକେ। ବିବାହ ପରେ ନିର୍ଯାତନା ଦେଉଥିଲେ। କିନ୍ତୁ ସ୍ବାମୀ ହନିମୁନ ଯିବାକୁ କହି ତାଙ୍କୁ କୁଲ୍ଲୁ ମନାଲୀ ନେଇଥିଲେ। ସେଠାରେ ଏକ ହୋଟେଲରେ ରହିଥିଲେ। ରୁମ୍‌ରେ ସ୍ବାମୀ ତାଙ୍କୁ ମାଡ ମାରିବା ସହ ମୋବାଇଲ୍‌ ଭାଙ୍ଗିଦେଇଥିଲେ। ତାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲେ। ହୋଟେଲ କର୍ମଚାରୀ ତାଙ୍କୁ ବଞ୍ଚାଇ ପୋଲିସକୁ ଡାକିଥିବା ଯୁବତୀ କହିଛନ୍ତି।

 

Share