Categories: ଜାତୀୟ

ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ କଲେ ଦ୍ୱିତୀୟ ବିବାହ, ହାଇକୋର୍ଟ ଦେଲେ ବଡ ଝଟକା…

ବେଙ୍ଗାଲୁରୁ,୧୦।୧୨ : କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି। ବାସ୍ତବରେ ଏହି ମାମଲା ମାଙ୍ଗାଲୋରର। ଯେଉଁଠାରେ ଜଣେ ମହିଳା ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ଥର ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଛି। ଯେତେବେଳେ ପ୍ରଥମ ସ୍ବାମୀ ମହିଳାଙ୍କ ଦ୍ୱିତୀୟ ବିବାହ ବିଷୟରେ ଜାଣିଲେ ସେତେବେଳେ ସେ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଦ୍ୱିତୀୟ ବିବାହ ପ୍ରସଙ୍ଗରେ ମହିଳାଙ୍କ ଭରଣପୋଷଣ ଭତ୍ତା ନେଇ କୋର୍ଟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ବିବାଦୀୟ ମାମଲାଗୁଡ଼ିକରେ ସଠିକ ସୂଚନା ପ୍ରଦାନ ଆଇନଗତ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୂଚନାନୁସାରେ, ୨୦୧୮ରେ ପଙ୍କଜ ମଣ୍ଡଳର ବାସିନ୍ଦା ଉଦୟ ନାୟକ ମେରିହିଲର ଅନୀତା ନାୟକଙ୍କୁ ବିବାହ କରିଥିଲେ, କିନ୍ତୁ ପାରସ୍ପରିକ ମତଭେଦ ଯୋଗୁୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଛି। ଏହି ମାମଲାରେ ମହିଳାଙ୍କୁ ତାଙ୍କ ସ୍ବାମୀ ଭରଣପୋଷଣ ଭତ୍ତା ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦୟ ଉକ୍ତ ମହିଳାଙ୍କୁ ୧୫,୦୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେଇଥିଲେ।
ଛାଡପତ୍ର ପ୍ରକ୍ରିୟା ସମୟରେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ବେଲ୍ଟଙ୍ଗାଡିର ସିଜେ ଏବଂ ଜେଏମଏଫସି କୋର୍ଟରେ ଅଭିଯୋଗ କରିଥିଲେ। ଯୁବକ ଜଣକ ତାଙ୍କ ଅଭିଯୋଗରେ କହିଥିଲେ ତାଙ୍କ ସ୍ତ୍ରୀ ଅନୀତା ଦ୍ୱିତୀୟ ଥର ଗୁପ୍ତରେ ବିବାହ କରିଛନ୍ତି।

 

Share