ପତ୍ନୀଙ୍କୁ ବିଧାନସଭା ଟିକେଟ ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୧୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୧୦ ନଭେମ୍ବର ଅର୍ଥାତ୍ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ୧୮୨ ଆସନ ପାଇଁ ୧୬୦ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ଭାଜପା ପ୍ରଥମେ ୧ ଡିସେମ୍ବରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୮୪ ଜଣ ପ୍ରାର୍ଥିଙ୍କ ନାମ ଘୋଷଣା କରିଥିଲା । ଭାଜପା ଜାମନଗର ନର୍ଥରୁ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କୁ ଟିକେଟ ଦେଇଛି ।
ପତ୍ନୀଙ୍କୁ ବିଧାନସଭା ନିର୍ବାଚନ ଲାଗି ଟିକେଟ ମିଳିବା ପରେ ପ୍ରଥମ ପ୍ରତିକ୍ରିୟାରେ ଜାଡେଜା ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି, ଭାଜପା ପକ୍ଷରୁ ଜାମନଗର ନର୍ଥ ବିଧାନସଭା ଆସନ ଲାଗି ଟିକେଟ ମିଳିଥିବାରୁ ତୁମକୁ ଶୁଭେଚ୍ଛା । ଏହାସବୁ ତୁମ ପରିଶ୍ରମର ଫଳ । ମୋ ତରଫରୁ ତୁମକୁ ବହୁତ ବହୁତ ଶୁଭକାମନା । ତୁମେ ତୁମ କାର୍ଯ୍ୟରେ ସମାଜର ଭଲ କରି ଚାଲିଛ । ରବିନ୍ଦ୍ର ଜାଡେଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଆପଣମାନେ ମୋ ପତ୍ନୀଙ୍କ କାର୍ଯ୍ୟ ଉପରେ ଭରସ। କରିଥିବାରୁ ଧନ୍ୟବାଦ ।

Share