ଚୋରି କରି ବନ୍ଧା ହେଲେ ସ୍ତ୍ରୀ, ସ୍ବାମୀ

ପଡିଆବାହାଲ,୧୩ା୧୧(ରାଧାମୋହନ ଷଡ଼ଙ୍ଗୀ): ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟ ଜବଲପୁର ଜିଲା ଭିଦାଗଡ ଥାନା ପାଥୋରୀ ଗ୍ରାମର ବିଜୟ ଗୋଟିଆ କୋଲ (୨୫) ଏବଂ ତାଙ୍କର ସ୍ତ୍ରୀ ସୁମନ ଠାକୁର କୋଲ (୧୯)। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ୭୨୮୦ଟଙ୍କାର ଗ୍ରୋସେରି ସାମଗ୍ରୀ ଜବତ କରିଛି। ଏ ନେଇ ସଦର ଥାନାରେ ଏକ ମାମଲା (ନଂ.୨୯୬/୨୩) ରୁଜୁ ହୋଇଛି।

Share