ଗୋଟିଏ ଜୁଇରେ ସ୍ତ୍ରୀ,ସ୍ବାମୀ

କୁଳିଅଣା,୧୯ା୯(ସ୍ବ.ପ୍ର.)- ସ୍ତ୍ରୀଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ସ୍ବାମୀ ଆଖି ବୁଜିଦେଲେ। ଆତ୍ମୀୟ ସ୍ବଜନ ଉଭୟଙ୍କୁ ଗୋଟିଏ ଜୁଇରେ ଲଦି ସତ୍କାର କଲେ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଂତାଣ୍ଡି ପଞ୍ଚାୟତ ଅଧୀନ ଭୂୟଁାଗୋଡ଼ା ଗ୍ରାମରେ। ଏହି ଗ୍ରାମର ଦୁଲାରୀ ଟୁଡ଼ୁ(୬୫) ରବିବାର ସକାଳେ ଜଳଖିଆ ଖାଇସାରି ଖଟରେ ବସିଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିବା ସହ ମୃତ୍ୟୁବରଣ କରିଥିଲେ। ଆତ୍ମୀୟ ସ୍ବଜନ ଏକଜୁଟ ହୋଇ ଅନ୍ତେଷ୍ଟିକ୍ରିୟା ପାଇଁ ମଶାଣିକୁ ଯାଇଥିଲେ। କିନ୍ତୁ ବିଧିରବିଧାନ ଥିଲା ବିଚିତ୍ର। ମଶାଣିରେ ଦୁଲାରୀଙ୍କ ଶବଦାହ ଚାଲିଥିବା ବେଳେ ସ୍ବାମୀ ମିରଜା ଟୁଡ଼ୁ (୭୦) ଆଖିବୁଜି ଦେଇଥିଲେ। ପରେ ତାଙ୍କ ମୃତଦେହକୁ ମଶାଣିକୁ ନେଇ ଜଳୁଥିବା ଜୁଇରେ ଦାହ କରାଯାଇଥିଲା। ଏଭଳି ମୃତ୍ୟୁ ଖବର ଶୁଣି ଅଞ୍ଚଳବାସୀ ଶୋକ ପ୍ରକାଶ କରିଥିବା ବେଳେ ଏହା ବିଧି ନିର୍ଦ୍ଦେଶ ଥିଲା ବୋଲି ପରିବାର ଲୋକେ ଧରି ନେଇଛନ୍ତି। ମୃତ ଦମ୍ପତିଙ୍କର ୩ ପୁଅ ଏବଂ ନାତିନାତୁଣୀ ମିଶି ୯ଜଣ ସଦସ୍ୟ ଅଛନ୍ତି।

Share