ସୋସିଆଲ୍‌ ମିଡିଆରେ ସ୍ବାମୀଙ୍କ ଫଟୋ ଛାଡି ବ୍ଲାକମେଲ କରୁଛନ୍ତି ସ୍ତ୍ରୀ

ବ୍ରହ୍ମପୁର,୨୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବା ପରେ ସ୍ବାମୀଙ୍କ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଛାଡି ସ୍ତ୍ରୀ ବ୍ଲାକ୍‌ମେଲ କରୁଥିବା ନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସହ କେତେଜଣ ଯୁବତୀଙ୍କ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି। ଫଳରେ ସମାଜରେ ତାଙ୍କର ସମ୍ମାନ ହାନି ହେବା ସହ ପରିବାରର ମର୍ଯ୍ୟାଦାରେ ଆଞ୍ଚ ଆସିଛି। ପୂର୍ବରୁ ମଧ୍ୟ ଏଭଳି ବ୍ଳାକମେଲ କରିବାରୁ ଯୁବକ ଜଣକ ସାଇବର ଥାନାରେ ଏତଲା ଦେଇଥିଲେ। ତଥାପି ପୁଣି ତାଙ୍କର ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଛାଡି ତାଙ୍କ ସ୍ତ୍ରୀ ଏଭଳି କରୁଛନ୍ତି। ଯୁବକ ଜଣକ ସେଲୁନ ଓ ଟାଟୋରେ କାମ କରିବା ସମୟର କିଛି ଫଟୋ ଥିଲା। ସେ ସବୁ ତାଙ୍କ ଲାପଟପରେ ଥିବା ବେଳେ ତାଙ୍କ ସ୍ତ୍ରୀ ଜବରଦସ୍ତ ସେହି ଫଟୋ ନେଇଯାଇଥିଲେ। ବର୍ତ୍ତମାନ ସେହି ଫଟୋକୁ ସୋସିଆଲ୍‌ ମିଡିଆରେ ଛାଡୁଛନ୍ତି ଏବଂ ପରିବାର ଲୋକଙ୍କୁ ମଧ୍ୟ ପଠାଉଛନ୍ତି। ଯାହାକୁ ନେଇ ବ୍ୟବସାୟିକ କ୍ଷେତ୍ର ଓ ପରିଚିତ ଲୋକଙ୍କ ପାଖରେ ଅପମାନିତ ହେବାକୁ ପଡୁଛି। ବାରମ୍ବାର ଏଭଳି ତାଙ୍କୁ ଅପମାନିତ କରି ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ତାଙ୍କ ସ୍ତ୍ରୀ ବର୍ତ୍ତମାନ ଫୁଲବାଣୀରେ ରହୁଥିବା ବେଳେ କିଛି ବର୍ଷ ହେଲା ଉଭୟଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ତା’ପରଠୁ ସେ ଏଭଳି କରୁଥିବା ଯୁବକ ଜଣକ କହିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ନଂ. ୩୪୨/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri