Categories: ଜାତୀୟ

ସ୍ବାମୀଙ୍କୁ ହତ୍ୟା କରି ପୁଅ ମୃତ୍ୟୁର ପ୍ରତିଶୋଧ ନେଲେ ମହିଳା

ଲକ୍ଷ୍ନୌ,୨୧।୧: ଉତ୍ତର ପ୍ରଦେଶର ସାମଲି ଜନପଦରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ମହିଳା ମଦୁଆ ସ୍ବାମୀଙ୍କ ମୁଣ୍ଡକୁ ଛୋଚି ହତ୍ୟା କରିଛନ୍ତି। ଏହାପରେ ମୃତଦେହକୁ ଘରେ ୨ ଦିନ ଧରି ଲୁଚାଇ ରଖିଥିଲେ। ପୋଲିସ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ପୁଅ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍ବାମୀଙ୍କ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପୋଲିସ କହିବା ଅନୁସାରେ, ମହିଳାଙ୍କ ସ୍ବାମୀ ପ୍ରଚୁର ମଦ ପିଇ ତାଙ୍କ ସହ ମାରପିଟ୍‌ କରୁଥିଲେ। ଦୁଇ ମାସ ପୂର୍ବରୁ ତାଙ୍କ ୧୬ ବର୍ଷର ପୁଅକୁ ବି ମାଡ ମାରିଥିଲେ। ଏହି ସମୟରେ ତାଙ୍କ ପ୍ରାଇଭେଟ ପାର୍ଟରେ ଆଘାତ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ମହିଳା ପୋଲିସ କହିଛନ୍ତି ଯେ, ତାଙ୍କ ଏକମାତ୍ର ପୁଅର ମୃତ୍ୟୁରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ତାର ପ୍ରତିଶୋଧ ନେବା ପାଇଁ ଏଭଳି କାଣ୍ଡର କରିଥିବା ସେ କହିଛନ୍ତି। ଜାନୁୟାରୀ ୧୬ ରାତିରେ ସ୍ବାମୀ ମଦ ପିଇ ଘରକୁ ଆସି ତାଙ୍କୁ ପିଟିଥିଲେ। ଏଥିରେ ମହିଳାଙ୍କ ଉତ୍‌କ୍ଷିପ୍ତ ହୋଇ ଏକ ହାତୁଡି ସହାୟତାରେ ସ୍ବାମୀ ମୁଣ୍ଡକୁ ପିଟିଦେଇ ମାରିଦେଇଥିଲେ ଏହାପରେ ମୃତଦେହ ୨ ଦିନ ଘରେ ରଖି ପାଖ ଜଙ୍ଗଲରେ ଫୋପାଡି ଦେଇଥିଲେ। ଏହାପରେ ପଡୋଶୀ ମୃତଦେହ ଦେଖି ପୋଳିସକୁ ସୂଚନା ଦେଥିଲେ।

Share