ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁ ରେ।
ପୋଲିସ ସୁଚନା ମୁତାବକ, ବେହେରାମୁଣ୍ଡା ଗାଁରେ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ପଥରରେ ଛେଚି ସ୍ବାମୀ ପିଣ୍ଟୁ ମୁଣ୍ତା ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଜୟମତି ରଣାଙ୍କୁ ହତ୍ୟା କରି ପିଣ୍ଟୁ ଫେରାର ହୋଇଯାଇଛନ୍ତି। ବେହେରାମୁଣ୍ତାର ଝିଅ ଜୟମତି ବାମରା ଝରଣାଡିହି ଗାଁର ପିଣ୍ଟୁଙ୍କୁ ବିବାହ କରିଥିଲେ । ଜୟମତି ପିଣ୍ଟୁଙ୍କ ସହ ନିଜ ଘରକୁ ଆସିଥିଲେ। ପାରିବାରିକ କଳହକୁ ନେଇ ସ୍ବାମୀ ସ୍ତ୍ରୀ ଝଗଡ଼ା ହେବା ସହ ଗୁରୁବାର ରାତିରେ ପିଣ୍ଟୁ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଛନ୍ତି। ପୋଲିସ ମୃତଦେହ ଜବତ କରିବା ସହ ପିଣ୍ଟୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା କୁହାଯାଇଛି।

Share