Categories: ଜାତୀୟ

ସ୍ବାମୀଙ୍କ ସହ ଖୁସି ନ ଥିଲେ ସ୍ତ୍ରୀ, ପ୍ରେମିକଙ୍କ ସହ ମିଶି କଲେ ଏମିତି…

ଭାଗଲପୁର,୨୮।୮: ବିହାରର ଭାଗଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଭାଗଲପୁରର ହସନଗଞ୍ଜ ଅଞ୍ଚଳରେ ରହୁଥିବା ନନ୍ଦକିଶୋର ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ନନ୍ଦକିଶୋରଙ୍କ ମୃତଦେହ ପାଖରେ ସ୍ତ୍ରୀ ମୀନା ଦେବୀ ପ୍ରବଳ କାନ୍ଦୁଥିଲେ। ଏପଟେ ଫରେନସିକ୍‌ ଟିମ୍‌ ପ୍ରମାଣ ଯୋଗାଡ କରିବାରେ ଲାଗିଥିଲା। ଏହି ସମୟରେ ଏସଏସପି ଆଶିଷ ଭାରତୀ ଫରେନସିକ୍‌ ଟିମ୍‌କୁ ମୀନାଙ୍କ ଚୁଡି, ହାତ ଯାଞ୍ଚ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ଚୁଡିରେ ନନ୍ଦକିଶୋରଙ୍କ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ମୀନାଙ୍କୁ ପୋଲିସ ଗିରଫ କରିଥିଲେ। ପଚରାଉଚରାବେଳେ ନିଜ ପ୍ରେମିକଙ୍କ ସହ ମିଶି ଏଭଳି କାଣ୍ଡ କରିଥିବା ସେ ସ୍ବୀକାର କରିଥିଲେ।

Share