ଅମରାବତୀ, ୨୨।୦୭: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ଭ କରିଥିବା ବେଳେ ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ରହିଛନ୍ତି । କିନ୍ତୁ ଏବେ ତାଙ୍କ ପତ୍ନୀ ତଥା ରୁଷୀୟ ମଡେଲ ଅନ୍ନା ଲେଜନେୱାଙ୍କୁ ନେଇ ଚର୍ଚ୍ଚା ହେଇଛି । ଅନ୍ନା ଏବେ ସ୍ନାତକ ପାସ୍ କରିଛନ୍ତି । ୪୩ ବର୍ଷ ବୟସରେ ସେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିରୁ ମାଷ୍ଟର ଅଫ ଆର୍ଟସ୍ ଡିଗ୍ରୀ ହାସଲ କରିଛନ୍ତି । ଉକ୍ତ ୟୁନିଭରସିଟିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ସ୍ନାତକ ଉପାଧି ଗ୍ରହଣ କରିବାକୁ ମଞ୍ଚକୁ ଡକାଯାଇଛି ଏବଂ ସେ ମଞ୍ଚକୁ ଯାଇ ଉପାଧି ଗ୍ରହଣ କରୁଛନ୍ତି ।
ଏହି ବିଶେଷ ଉତ୍ସବରେ ସ଼୍ବାମୀ ପୱନ କଲ୍ୟାଣ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି। ପୱନ ଏବଂ ତାଙ୍କ ପତ୍ନୀ କ୍ୟାମେରା ପାଇଁ ପୋଜ ଦେଉଥିବା ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ଆନ୍ନା ତାଙ୍କ ଡିଗ୍ରୀ ଦେଖାଉଥିବାର ନଜର ଆସିଛନ୍ତି।