ପ୍ରସିଦ୍ଧ ପପ୍‌ସିଙ୍ଗର୍‌ଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କାଟି ଫ୍ରିଜ୍‌ରେ ରଖିଲେ ସ୍ତ୍ରୀ

ମସ୍କୋ,୩୧।୭: ରୁଷର ଜଣେ ପ୍ରସିଦ୍ଧ ପପ୍‌ସିଙ୍ଗର ତଥା ରାପର୍‌ଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ। ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିବା ଜଣାପଡିଛି। ପପ୍‌ସିଙ୍ଗର ଆଣ୍ଡି କାର୍ଟଓ୍ବାଇଟ୍‌ଙ୍କ ଗତ କିଛି ହେବ ମୃତ୍ୟୁ ଘଟିଥିଲା। ଡ୍ରଗ୍ସର ମାତ୍ରାଧିକ ସେବନ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। କିନ୍ତୁ ରିପୋର୍ଟ ତାଙ୍କ ଶରୀରରୁ ଡ୍ରଗ୍ସ ମିଳି ନ ଥିବା ଜଣାପଡିଥିଲା। ଏବେ ଆଣ୍ଡିଙ୍କ ସ୍ତ୍ରୀ ମରିନା ତାଙ୍କୁ ମାରିଥିବା ସ୍ବୀକାର କରିଛନ୍ତି। ୪ ଦିନ ଧରି ଆଣ୍ଡିଙ୍କୁ ଛୁରିରେ ଛୋଟ ଛାଟ ଖଣ୍ଡ କରି କାଟି ଏକ ଛୋଟ ପ୍ଲାଷ୍ଟିକ୍‌ ବ୍ୟାଗରେ ପୂରାଇ ଥିଲି। ଏଥିରେ କିଛି ଲୁଣ ଦେଇ ଫ୍ରିଜ୍‌ରେ ରଖିଥିଲି ବୋଲି ସେ କହିଛନ୍ତି। ଆଣ୍ଡିଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ପ୍ରଶଂସକ ଜାଣନ୍ତୁ ବୋଲି ମୁଁ ଚାହୁଁ ନ ଥିଲି ଦୁଇ ସନ୍ତାନ ନ ଥିବାବେଳେ ଏହି କାର୍ଯ୍ୟ ପୂରା କରିଥିଲେ। ପୋଲିସ ଘଟଣାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share