ଫୋନ୍‌ରେ ଗପୁଥିଲେ ସ୍ବାମୀ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ସ୍ତ୍ରୀ; ଆଉ ତା’ ପରେ…

ଓ୍ବାଶିଂଟନ,୨୮ା୫: ମୋବାଇଲ ବ୍ୟବହାରକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ ଘଟଣା। ମାତ୍ର ଆମେରିକାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

୩୬ ବର୍ଷୀୟା ଟିଫ୍‌ନୀଙ୍କ ୬୨ ବର୍ଷୀୟ ସ୍ବାମୀ ଫୋନ୍‌ରେ ଗପୁଥିଲେ। ଏହା ଦେଖି ଟିଫ୍‌ନୀ ରାଗରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ସ୍ବାମୀ ଗୁରୁତର ଅବସ୍ଥାରେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଟିଫ୍‌ନୀ ଗିରଫ ହୋଇଛନ୍ତି।

ଘଟଣା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ତାଙ୍କ ପଡ଼ୋଶୀ ନିଆଁ ଜଳୁଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ୯୧୧ ନମ୍ବର ଡାଏଲ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଟିଫ୍‌ନୀଙ୍କୁ ପଚରାଉଚରା କରିଥିଲା। ସ୍ବାମୀ ଫୋନ୍‌ରେ ଗପୁଥିବାରୁ ସେ ରାଗି କି ଏପରି କରିଛନ୍ତି ବୋଲି ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲେ। ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି।

Share