ମୋହନ ମାଝୀଙ୍କ ପତ୍ନୀ କହିଲେ- ସେ ମନ୍ତ୍ରୀ ହେବେ ବୋଲି ଭାବିଥିଲି, କିନ୍ତୁ…

ଭୁବନେଶ୍ୱର,୧୧।୬: ଶିଶୁ ମନ୍ଦିରରେ ଗୁରୁଜୀ, ପରେ ଓ୍ବାର୍ଡମେମ୍ବର, ସରପଞ୍ଚ ହୋଇଥିଲେ। ଧିରେ ଧିରେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ୨୦୦୦ରେ ବିଧାୟକ ହୋଇଥିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମଙ୍ଗଳବାର ଘୋଷଣା ହେବା ପରେ ପରିବାରଲୋକେ ଖୁସିରେ ବିଭୋର ହୋଇଛନ୍ତି। ପତ୍ନୀ ପ୍ରିୟଙ୍କା ମାରାଣ୍ଡି ପ୍ରତିକ୍ରିୟା ରଖି ମନ୍ତ୍ରୀ ହେବେ ବୋଲି ଆଶା ଥିଲା, ହେଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚିନ୍ତା କରି ନ ଥିବା କହିଛନ୍ତି।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରିୟଙ୍କା କହିଛନ୍ତି, ପ୍ରଥମେ ଟିଭିରୁ ଖବର ଦେଖି ଏନେଇ ଜାଣିବାକୁ ପାଇଥିଲି । ତାଙ୍କୁ ଏତେ ବଡ଼ ପଦବୀରେ ଦେଖି ସ୍ତ୍ରୀ ହିସାବରେ ମୁଁ ଗର୍ବିତ। ବୁଧବାର ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ଯିବି, ପୂର୍ବରୁ ମଧ୍ୟ ଯାଉଥିଲି। ଏବେ ତାଙ୍କ ଦାୟିତ୍ୱ ବଢ଼ିଯାଇଛି। ଲୋକଙ୍କ ସେବା ପାଇଁ ତାଙ୍କୁ ବଛାଯାଇଛି। ହେଲେ ସେ କେବେହେଲେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନ ଥିଲେ। ଯାହା ଦଳୟ ନେତା ନିଷ୍ପତ୍ତି ନିଅନ୍ତି ମାନି ନିଅନ୍ତି। ବରିଷ୍ଠ ନେତା ଥିବା ଯୋଗୁ ତାଙ୍କୁ ମନ୍ତ୍ରୀ ପଦ ମିଳିବାର ଆଶା ଥିଲା। ସେ ସାନ୍ତାଳି ହୋଇଥିଲେ ହେଁ କେବଳ ଯେ ସେମାନଙ୍କୁ ଦେଖିଲେ ହେବ ନାହିଁ, ସେ ସବୁ ବର୍ଗକୁ ଦେଖିବାକୁ ପଡ଼ିବ। କାରଣ ସେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରୁ ବଢ଼ିବ ତାତି: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହେବନାହିଁ ପାଣିପାଗରେ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର,୨୬ା୨(ଅନୁରାଧା ମହାରଣା):ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ...

୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା...

ପ୍ରୟାଗରାଜରେ ବୁଡ଼ ପକାଇଲେ ରାଜ୍ୟପାଳ

ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା...

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।...

ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ

ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ...

ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର

ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image