Categories: ଜାତୀୟ

କୋର୍ଟଙ୍କ ବଡ ରାୟ: ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ ଦେଇପାରିବେ ଛାଡପତ୍ର!

ନୂଆଦିଲ୍ଲୀ,୧୨।୧: ସ୍ବାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କଲେ ତାହା ମାନସିକ ନିର୍ଯ୍ୟାତନା ଭାବେ ଦେଖାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି। ହିନ୍ଦୁ ବିବାହ ଧାରା ଅନୁଯାୟୀ ସ୍ବାମୀ ଏଥିପାଇଁ ସ୍ତ୍ରୀଙ୍କୁ ଛାଡପତ୍ର ମଧ୍ୟ ଦେଇ ପାରିବେ।
ଜଷ୍ଟିସ ଶିଲା ନାଗୁ ଓ ବିନୟ ସରଫଙ୍କ ଖଣ୍ଡପୀଠ ଜାନୁଆରୀ ୩ରେ ଏହି ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ବେଳେ ୨୦୧୪ର ଭୋପାଳ ପରିବାର କୋର୍ଟର ରାୟକୁ ହାଇକୋର୍ଟ ରଦ୍ଧ କରିଛନ୍ତି। ଯେଉଁଥିରେ ସ୍ତ୍ରୀ, ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଥିଲେ। ଶୁଣାଣିବେଳେ କୋର୍ଟ କହିଛନ୍ତି, ବିବାହ ନ କରିବା ଏବଂ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମାନସିକ ନିର୍ଯ୍ୟାତନା ଅଟେ।

Share